Latest Odisha News

BREAKING NEWS

ଅଣ୍ଟାଏ ପାଣିରେ ଭରା ନଈରେ ଶବ ପାର କରୁଛନ୍ତି ଗ୍ରାମବାସୀ

କମ୍ପାନୀ ମାଡ଼ି ବସିଛି ମଶାଣି ଭୂଇଁ

ରାୟଗଡ଼ା:  କମ୍ପାନୀ ମାଡ଼ି ବସିଛି ମଶାଣି ଭୂଇଁ  । ଜୀବନ କୁ ବାଜି ଲଗେଇ ଅଣ୍ଟାଏ ପାଣିରେ ଭରା ନଈରେ ଶବ ପାର କରୁଛନ୍ତି ଗ୍ରାମବାସୀ ।
ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ରେ ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

ଏଠାରେ କେତେବେଳେ ଅନାହାର ତ ପୁଣି କେତେବେଳେ ହଇଜା ସହ ଲଢି ଜୀବନ ଯାଉଛି ନିରୀହ ଅଧିବାସୀଙ୍କ । ଏବେ ମୃତ୍ୟୁ ପରେ ବି ଛାଡୁନି ଏହି ବିପତ୍ତି । ଏଭଳି ଘଟନା ଦେଖିବାକୁ ମିଳିଛି ଶିଳ୍ପ ସମୃଦ୍ଧି ଦିମୁଣ୍ଡି ଅଞ୍ଚଳରେ । କାଶୀପୁର ବ୍ଲକ ଅନ୍ତର୍ଗତ ଡିମୁଣ୍ଡି ଗ୍ରାମର ଲୋକମାନେ ଉତ୍କଳ ଆଲୁମିନା ପାଇଁ ସର୍ବସ୍ଵ ତ୍ୟାଗ କଲାପରେ ଏବେ ଶବଦାହ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସ୍ଥାନୀୟ ଲୋକଙ୍କ ଜମି ଉପରେ  ଏତେବାଦ କାରଖାନା ଗଢି ଉଠିଥିବା ବେଳେ ଶ୍ମଶାନ ପାଇଁ ରାସ୍ତା ଟିକୁ ମଧ୍ୟ କବ୍ଜା କରିଛି କଂପାନି । ପାଚିରି  ଉଠିବା ପରଠାରୁ ଲୋକେ  ସବ ଦାହ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କମ୍ପାନୀ ପାର୍ଶ୍ଵରେ ଏହି ଗାଁ ଥାଇ ମଧ୍ୟ ଏଯାବତ୍ ମଶାଣି ପାଇଁ ପ୍ରାୟ 4 କିମି ଦୂର କୁ ଯିବାକୁ ପଡୁଛି ।

ବିଶେଷ କରି ବର୍ଷା ଦିନରେ ନଦୀ ପାର କରି ଶବ ଦାହ କରିବା ଚିତ୍ର ଅତ୍ୟନ୍ତ ହୃଦୟ ବିଦାରକ ହେଉଛି । ଏହି ଚିତ୍ର ଦେଖିଲେ  ଅନୁମାନ କରିହେବ ନଦୀ ପାର ସମୟରେ କେତେବେଳେ କାହାର ଜୀବନ ଚାଲିଯିବ ତାହା କହି ହେବ ନାହିଁ । ଗତ 18 ତାରିଖ ଦିନ ଡ଼ିମୁଣ୍ଡି ଗ୍ରାମର ଡାଲିମ୍ ଦେଇ ନାଏକ ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଶବ କୁ ମଶାଣି କୁ ନେବା ବେଶ କଷ୍ଟସାଧ୍ୟ ଥିଲା ।

ଗୋଟିଏ ପଟେ ଲଗାଣ ବର୍ଷା ଯୋଗୁଁ ଛୋଟ ବଡ ସବୁ ନଈ , ନାଳ ଏବଂ ଝରଣାରେ ବନ୍ୟା ପାଣି ଆସିଥିବା ବେଳେ ଜୀବନକୁ ବାଜି ଲଗାଇ ଶବକୁ ଧରି ଏକ ଦଉଡି ସାହାଯ୍ୟରେ ନଦୀପାର କରିବାକୁ ପଡୁଛି ।  ସବୁଠୁ ଦୁଃଖର କଥା ହେଲା 2006 ମସିହାରେ ଉତ୍କଳ ଆଲୁମିନା କାରଖାନା ହେବା ପରଠୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ବାଟ ନଥିବାରୁ କମ୍ପାନୀର ପାଚେରୀ ଅଂଚଳବାସୀଙ୍କ ପାଇଁ ଦୁଃଖ ସାଜିଛି ।

କେତେଦିନ ଧରି  ଡିମୁଣ୍ଡି ଗ୍ରାମବାସୀ ଶବ ସତ୍କାର ପାଇଁ 4 କିମି ଶବ ବୋହିବେ ଏବଂ କେବେ ଡିମୁଣ୍ଡି ଗ୍ରାମବାସୀ ଦୁଃଖ ଯିବ ତାହା ସମୟ ହିଁ କହିବ ।

Leave A Reply

Your email address will not be published.