Latest Odisha News

ପାକିସ୍ତାନକୁ ନେଇ ଅଡୁଆରେ ମିକା ସିଂ, ଜାଣନ୍ତୁ କାହିଁକି

ମୁମ୍ବାଇ: ନିକଟରେ ପାକିସ୍ତାନରେ ଏକ ସଙ୍ଗୀତ ଶୋ’ କରି ଅଡୁଆରେ ପଡିଯାଇଛନ୍ତି ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂ । ଯେଉଁଥିପାଇଁ ଉଭୟ ଭାରତ ଏବଂ ପାକିସ୍ତାନର ଲୋକଙ୍କ ଦ୍ୱାରା ସେ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ।

ଜମ୍ମୁ-କଶ୍ମୀରୁ ୩୭୦ ଉଚ୍ଛେଦ ପରେ ଉଭୟ ଦେଶ ସମ୍ପର୍କ ତିକ୍ତତା ଆସିଛି। ପାକିସ୍ତାନ ଭାରତ ସହ ସମସ୍ତ ସମ୍ପର୍କ ଛିନ୍ନ କରିବା ସହ ପାକିସ୍ଥାନରେ ଭାରତୀୟ ଫିଲ୍ମ ରିଲିଜ ହୋଇ ପାରିବ ନାହିଁ ବୋଲି ପାକିସ୍ତାନ ଘୋଷଣା କରିଛି । ଏଭିତରେ ପାକିସ୍ଥାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ୍‌ ମୁଶାରଫଙ୍କ ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବ ପାଇଁ ଏକ ସଙ୍ଗୀତ ଶୋ’ର ଆୟୋଜିନ କରାଯାଇଥିଲା, ଯେଉଁଥିରେ ମିକା ଗୀତ ଗାଇଥିଲେ।

ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମିକାଙ୍କୁ ଲୋକଙ୍କ କ୍ରୋଧର ଶିକାର ହେବାକୁ ପଡିଛି ।

Comments are closed.