ଭୁବନେଶ୍ୱର: ଓଡିଶାବାସୀଙ୍କୁ ଏବେ ହାଡ ଭଙ୍ଗା ଶୀତରୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିଛି । ପଶ୍ଚିମା ଝଡ ପ୍ରଭାବରେ ତାପମାତ୍ରା ବୃଦ୍ଧି ପାଇଛି ଏବଂ ଶୀତର ପ୍ରକୋପ କମିଛି । ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ମୁତାବକ, ରାଜଧାନୀରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୨.୩ ଡିଗ୍ରୀ ସେଲସିୟସ ଛୁଇଁଛି । ୧୯ଟି ସ୍ଥାନରେ ଦିନ ପାରଦ ୩୦ ଡିଗ୍ରୀ ଉପରେ ଥିବାବେଳେ ସେଥିରୁ ୭ଟି ସ୍ଥାନରେ ତାପମାତ୍ରା ୩୧ ଡିଗ୍ରୀ ଉପରେ ରହିଛି ।
ବୁଧବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୧.୪, ପାରାଦୀପରେ ୩୧.୪, ଭଦ୍ରକରେ ୩୧.୨, ପାରଳାଖେମୁଣ୍ଡିରେ ୩୧.୨, ଅନୁଗୁଳରେ ୩୧.୧, ଜଗତସିଂହପୁରରେ ୩୧ ଡିଗ୍ରୀ, ସମ୍ବଲପୁର ୩୦.୮, ପୁରୀ ୩୦.୭ ଡିଗ୍ରୀ ଥିଲା । ଅନ୍ୟପଟେ ରାତି ତାପମାତ୍ରା ବଢ଼ିଛି । ଗତ ୪ ଦିନ ଭିତରେ ଉପକୂଳରେ ରାତି ତାପମାତ୍ରା ୩ ଡିଗ୍ରୀ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି ପାଇଛି ।
ମଙ୍ଗଳବାର ରାତିରେ ଜି.ଉଦୟଗିରି ତାପମାତ୍ରା ୫.୮, ସେମିଳିଗୁଡ଼ା ୭.୬, ଫୁଲବାଣୀ ୯ ଡିଗ୍ରୀ ଥିଲା । ପାଣିପାଗ ବିଭାଗର ଆକଳନ, ୨୬ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ । ବର୍ତ୍ତମାନ ୪ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ।