Latest Odisha News

BREAKING NEWS

ପୁଷ୍ଟିକର ଭବିଷ୍ୟତ ଗଠନରେ ମାଣ୍ଡିଆ

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’ 

ଆଉ କିଛି ଦିନ ପରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ଭାବରେ ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି । ଏପରିକି ସାରା ଦେଶରେ ପ୍ରଥମ ରାଜ୍ୟ ଭାବରେ ଓଡିଶା ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବରେ ପାଳନ କରୁଛି । ୪ଟି ମାଣ୍ଡିଆ ପ୍ରଜାତିକୁ ବିହନ ସ୍ୱୀକୃତି ମିଳିବାରେ ମଧ୍ୟ ଓଡିଶା ପ୍ରଥମ ରାଜ୍ୟ । ଏସବୁକୁ ଅନୁମେୟ କଲେ ମିଲେଟ ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା ସହଜରେ ବାରି ହୋଇପଡ଼େ । ଆମେ ଆଜି ମାଣ୍ଡିଆକୁ ନେଇ ଗର୍ବ କରୁଛୁ । ଏକ ପୁଷ୍ଟିକର ଭବିଷ୍ୟତ ଗଠନରେ ମାଣ୍ଡିଆର ଭୂମିକା ଏବେ ପ୍ରଶଂସନୀୟ । ମୟୁରଭଞ୍ଜରୁ ମାଲକାନାଗିରି ଯାଏଁ ସବୁଠି ଏବେ ମାଣ୍ଡିଆର ପ୍ରଚାର ଆଉ ପ୍ରସାର । ସାଧାରଣ ଲୋକଟିଏ ଏବେ କଥା ଛଳରେ କହୁଛି- ଆରେ ଆଜି ସକାଳୁ କଣ ଜଳଖିଆ ହୋଇଛି, କଣ ମାଣ୍ଡିଆ ଜାଉ ଟି ? ଏମିତିକି ଲୋକ ଏତେ ପରିମାଣରେ ପ୍ରଭାବିତହେଲେଣି ସୋସିଆଲ ମିଡ଼ିଆରେ ବି ମାଣ୍ଡିଆର କଥା ସବୁବେଳେ ଶୁଣିବାକୁ ମିଳୁଛି । ସହରରେ ଯୁବ ଉଦ୍ୟୋଗୀ ମାନେ ଆଜି ମିଲେଟର ଷ୍ଟାର୍ଟ ଅପ କଲେଣି ।

ଆଗାମୀ ନଭେମ୍ବର ୯-୧୦ରେ ଦୁଇ ଦିନିଆ ମିଲେଟ କନଫେରେନ୍ସ ଅନୁଷ୍ଠିତ ହେବ । କେବଳ ଚାଷୀ ନୁହେଁ କୃଷକ ଉତ୍ପାଦକ ସଂଗଠନ,ମହିଳା ଗୋଷ୍ଠୀ , ମିଶନ ଶକ୍ତିଠାରୁ ଆରମ୍ଭ କରି ବିଦ୍ୟାଳୟ , ମହାବିଦ୍ୟାଳୟ ସବୁବର୍ଗର ଲୋକ ଏବେ ମାଣ୍ଡିଆ ଖାଉଛନ୍ତି ,ଖୁଆଉଛନ୍ତି ଆଉ ଏହାର ସଫଳତାର କଥାକୁ ଲୋକଙ୍କ ପାଖରେ ପହଞ୍ଚାଉଛ ମେନୁରେ ଏହାକୁ ସାମିଲ କଲେଣି ।

ବିଭିନ୍ନ ପ୍ରକାର ଗୁଣରେ ଭରପୁର ମାଣ୍ଡିଆ ଏବେ ଯୁବ ଉଦ୍ୟୋଗୀମାନଙ୍କ ଷ୍ଟାର୍ଟଅପରେ ସାମିଲ ହେଲାଣି । ଅନେକ ଆଜି ମିଲେଟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀକୁ କବେଳ ଓଡ଼ିଶା ନୁହେଁ ବରଂ ବାହାର ରାଜ୍ୟ ଓ ଦେଶ ବିଦେଶରେ ପହଁଚାଇପାରୁଛନ୍ତି । ଆଜି ଯେଉଁ ଦୋକାନ ଯିବେ ଚା ସହ ମାଣ୍ଡିଆ କେକଟିଏ ହେଉ ଅବା ମାଣ୍ଡିଆ ଲଡ଼ୁ ସବୁଠି ଆଜି ମାଣ୍ଡିଆର ଜୟଯାତ୍ରା । ମେଳା ମହୋତ୍ସବଠାରୁ ଆରମ୍ଭ କରି ସବୁଠି ଏବେ ମାଣ୍ଡିଆର ଷ୍ଟଲ ପ୍ରଦର୍ଶିତ ହେଉଛି । ରାଜ୍ୟ ସରକାର ଏ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି । ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆ ଆଜି ସଫଳତାର ଗୀତ ଗାଉଛି । ଶୁଷ୍କ ମାଟିର ସୁନା ମାଣ୍ଡିଆକୁ ଚାଷ କରିବା ପାଇଁ ଚାଷୀ ଏବେ ବେଶ ଆଗଭର ।

ଓଡ଼ିଶା ମିଲେଟ ମିଶନ ଏବେ ଏକ ବିପ୍ଲବରେ ପରିଣତ ହେଲାଣି । ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆ ଆଜି ସଫଳତାର ଗୀତ ଗାଉଛି । ମିଶନ୍‌‌ ଶକ୍ତି ,କୃଷି ବିଭାଗ, ମହିଳା ଓ ଶିଶୁ ବିକାଶ ପରି ବିଭିନ୍ନ ବିଭାଗମାନେ ଏବେ ଏହି ସଫଳତାରେ ଯୋଡ଼ି ହୋଇଛନ୍ତି । ୨୦୨୦-୨୧ ସୁଦ୍ଧା ପାଖାପାଖି ୭ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଏହି ମିଶନ ଦ୍ୱାରା ଉତ୍ପାଦିତ ହୋଇଥିଲା । ଓଡ଼ିଶା ମିଲେଟ ମିଶନ ଜୈବିକ କୃଷିକୁ ପ୍ରାଧାନ୍ୟ ଦେଇ ଚାଷ କରିବା ସହ ଚାଷ ଜମିର ଗୁଣବତ୍ତା ବୃଦ୍ଧି ଉପରେ ଗୁରୁତ୍ୱ ଦିଏ ।

ବନ୍ଧୁଗଣ , ଆପଣମାନେ ମାଣ୍ଡିଆ ବିଷୟରେ ପିଲାଟି ଦିନରୁ ଶୁଣିଥିବେ ଏଥିରେ ଦ୍ୱିମତ ନାହିଁ । କିନ୍ତୁ ମାଣ୍ଡିଆ ପ୍ରତି ଯେଉଁ ଭାବନା ୧୫-୨୦ବର୍ଷ ତଳେ ଥିଲା ଆଜି ସେଥିରେ ଆକାଶ ପାତାଳ ତଫାତ୍‌‌ । ଆଜି ମାଣ୍ଡିଆ କେବଳ ଏକ ଲଘୁଶସ୍ୟ ନୁହେଁ , ଏହା ଏକ ମିଶନ । ରାଜ୍ୟସରକାରଙ୍କ କୃଷି ବିଭାଗଠାରୁ ଆରମ୍ଭ କରି ଓଡ଼ିଶା ମିଲେଟ ମିଶନ ଏ ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ।

୨୦୨୩କୁ ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ଭାବେ ଘୋଷଣା କରାଯିବା ସହ ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଇଥିଲା । ଏବେ ମାଣ୍ଡିଆ ପାଇଁ ଆକାଂକ୍ଷା ଆଉ ଉତ୍କଣ୍ଠା । ସବୁଠି ମିଲେଟର ଜୟଯାତ୍ରା । ମଲ୍‌ମାନଙ୍କରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ତ ପୁଣି ବିଭିନ୍ନ ଉତ୍ସବ ମାନଙ୍କରେ ମାଣ୍ଡିଆର ଖାଦ୍ୟ ପାଖରେ ଲୋକ ଭିଡ଼ ଜମେଇଲେଣି । କେବଳ ମଧୁମେୟ ରୋଗୀ ନୁହେଁ ସମାଜର ସବୁ ଶ୍ରେଣୀ ଆଉ ସବୁ ବର୍ଗର ଲୋକେ ଏହାକୁ ଏବେ ନିଜ ଖାଦ୍ୟରେ ସାମିଲ କଲେଣି । ମିଶନ୍‌‌ ଶକ୍ତି ମା’ ମାନେ ଏବେ ମିଲେଟ ଶକ୍ତି କାଫେରେ ନିଜର ପାରଦର୍ଶିତା ଦେଖାଇଲେଣି । ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟପେୟ ଏବେ ଏହି କାଫେରେ ଉପଲବ୍ଧ । ଏଥିରେ ମା’ ମାନଙ୍କର ହିଁ ଭୂମିକା ଅଧିକ ।

ଓଡ଼ିଶାରେ ମିଲେଟ ମିଶନ ଏବେ ଏକ ବିପ୍ଲବରେ ରୂପାନ୍ତରିତ ହୋଇଛି । ଶୁଷ୍କ ମାଟିର ସୁନା ମାଣ୍ଡିଆକୁ ଚାଷ କରିବା ପାଇଁ ଚାଷୀ ଏବେ ବେଶ ଆଗଭର । ଚାଷୀ ମାନଙ୍କୁ ଏ ଦିଗରେ ତାଲିମ ମିଳିବା ସହ ମିଲେଟ ମିଶନ ଜରିଆରେ ଅନେକ ଉପଯୋଗୀ ପନ୍ଥା ଆପଣାଯାଉଛି । ଏମିତିକି ବଡ଼ ବଡ଼ ହୋଟେଲ ମାନେ ଏବେ ଖାଦ୍ୟ ମନେୁରେ ମାଣ୍ଡିଆକୁ ସାମିଲ କରିବାକୁ ମନ ବଳାଇଛନ୍ତି । କେବଳ ସେତିକି ନୁହେଁ ରାଜ୍ୟ ସରକାରଙ୍କ ତରଫରୁ ମାଣ୍ଡିଆର ଭୂପ୍ରଜାତି ଜାରି କରିବାରେ ଦେଶର ପ୍ରଥମ ରାଜ୍ୟ ଓଡ଼ିଶା । ୧୬୩ଟି ଭୂପ୍ରଜାତିର ଚିହ୍ନଟକରଣ କରାଯିବା ସହ ଏ ଦିଗରେ ବେଶ ତତ୍ପର ଭାବେ କାମ କରୁଛନ୍ତି ରାଜ୍ୟ ସରକାର । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କୃଷି ଓ କୃଷକର ବିକାଶ ଆଭିମୁଖ୍ୟକୁ ନେଇ ଏହି ମିଲେଟ ମିଶନ ଆଗାମୀ ଦିନର ସଫଳତାର ତୂର୍ଯ୍ୟନାଦ କରିବ ।

ଜୈବ ନିରୀକ୍ଷକ , ଓଡ଼ିଶା ରାଜ୍ୟ
ଜୈବ ପ୍ରମାଣନ ସଂସ୍ଥା , ଭୁବନେଶ୍ୱର ,
ମୋ- ୯୪୩୮୪୬୭୦

Leave A Reply

Your email address will not be published.