Latest Odisha News

BREAKING NEWS

ଆଇପିଏଲର ଅଂଶୀଦାର ହେବାକୁ ଚାହୁଁଛି ୟୁଏଇ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ବ୍ଲୁମର୍ଗରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସାଉଦି ଆରବ ଏହି ଲିଗର ଅଂଶୀଦାର ହେବାକୁ ଚାହୁଁଛି । ଏହାର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଆଇପିଏଲକୁ ଏକ ଗ୍ଲୋବାଲ କ୍ରିକେଟ ଲିଗ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ମହମ୍ମଦ ବିନ ସଲମାନ ଏ ବାବଦକୁ ୩୦ ବିଲିୟନ ଡଲାର ବ୍ୟୟ କରିବାକୁ ପ୍ରସ୍ତୁତ ଅଛନ୍ତି । ବିସିସିଆଇ ଆଇପିଏଲର ପ୍ରତ୍ୟେକ ମ୍ୟାଚ ବାବଦରେ ୧୧୮ କୋଟି ଟଙ୍କା ଆୟ କରିଥାଏ । ନିକଟରେ ବିସିସିଆଇ ୪୮ ହଜାର କୋଟି ଟଙ୍କାରେ ଆଇପିଏଲର ମିଡିଆ ରାଇଟ୍ସ ବିକ୍ରି କରିଥିଲା ।

ସେହିପରି ୨୦୨୨ରେ ୨ଟି ନୂଆ ଟିମ ଗୁଜରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟ୍ସ ଟିମ ଲିଗରେ ସାମିଲ ହେବା ଫଳରେ ବିସିସିଆଇକୁ ୧୨୫୦୦ କୋଟିର ଫାଇଦା ହୋଇଥିଲା । ସାଉଦି ଆରବ ଏହା ପୂର୍ବରୁ ଫୁଟବଲ ଲିଗରେ କୋଟି କୋଟି ଟଙ୍କା ଇନଭେଷ୍ଟମେଂଟ କରିଛି । ୟୁରୋପର ଅନେକ ଷ୍ଟାର ଖେଳାଳିଙ୍କୁ ସାଉଦି ଫୁଟବଲ ପ୍ରୋ ଲିଗରେ ଖେଳିବା ପାଇଁ ଚୁକ୍ତିବଦ୍ଧ କରିଛନ୍ତି ।

Leave A Reply

Your email address will not be published.