Latest Odisha News

BREAKING NEWS

ଅଳିଆ ସଫା କରି କୋଟିପତି ହୋଇଗଲେ ମହିଳା

ସାଧାରଣତଃ କୋଟିପତି ହେବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଭଲ ଚାକିରି ବା ବ୍ୟବସାୟ କରିବାକୁ ପଡ଼ିଥାଏ । ଏଥିସହ ବହୁତ ପରିଶ୍ରମ ବି କରିବାକୁ ପଡ଼େ । ତଥାପି, କିଛି ଲୋକ ଅଛନ୍ତି, ଯେଉଁମାନେ ଭଲ ଚାକିରି କି ଭଲ ବ୍ୟବସାୟ ନ କରି ବି କୋଟିପତି ହୋଇଥାନ୍ତି । ସେମାନେ ସେମାନଙ୍କର କୌଶଳ ଆଧାରରେ ଧନୀ ହୋଇଥାନ୍ତି । ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ସହିତ ପରିଚିତ କରାଇବୁ, ଯିଏ କୌଣସି ଅଭିଜ୍ଞତା କିମ୍ବା ବିଶେଷ ଡିଗ୍ରୀ ବିନା କୋଟିପତି ହୋଇପାରିଛନ୍ତି । ତାହାପୁଣି ଅଳିଆ ଉଠାଇ ।

ଅଧିକାଂଶ ଲୋକ ନିଜ ଘରେ ଆବର୍ଜନା ସଫା କରିବାରେ ଅସୁବିଧାରେ ପଡ଼ନ୍ତି । ହେଲେ ଆଉରୀ କାନାନେନ ନାମକ ଜଣେ ମହିଳା ଏହି କାର୍ଯ୍ୟରେ ସାହାଯ୍ୟ କରନ୍ତି । ସେ ଅପରିଷ୍କାର ଘରକୁ ପରିଷ୍କାର ଏବଂ ବ୍ୟବସ୍ଥିତ କରିପାରିଥାନ୍ତି । ଲୋକମାନେ ଭଲ ପୋଷାକ ପିନ୍ଧି ଅଫିସକୁ ଯାଉଥିବାବେଳେ ଏହି ମହିଳା ମଇଳା ପୋଷକ ପିନ୍ଧି କାମ କରିବାକୁ ଯାଆନ୍ତି । ବିଶେଷକରି କରୋନା ମହାମାରୀ ସମୟରେ ଆଉରୀ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ସେ ସଫେଇ ସୁପରଭାଇଜର ଭାବରେ କାର୍ଯ୍ୟ କରିଥିଲେ । ପରେ ପରେ ମଇଳା ଘର ସଫା କରିବାକୁ ଲାଗିଲେ । ସଫା କରିବା ସମୟରେ ସେ ସବୁଠାରୁ ବେଶୀ ଖୁସି ହୁଅନ୍ତି ବୋଲି ଆଉରୀ କୁହନ୍ତି । ସେ ସବୁବେଳେ ଅପରିଷ୍କାର ଘରର ସନ୍ଧାନରେ ରହିଥାନ୍ତି, ଯାହା ଦ୍ୱାରା ସେ ଏହାକୁ ସଫା କରିପାରିବେ । ସେ ନିଜର ସଫେଇ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି ଏବଂ ତାଙ୍କର ୧୦ ନିୟୁତ ପଲୋଅର୍ସ ଅଛନ୍ତି ।

ଆଉରୀ କହିଥିଲେ ଯେ, ସେ କିଶୋର ଅବସ୍ଥାରେ ଉଦାସୀନତାର ଶିକାର ହୋଇଥିଲେ । କିନ୍ତୁ ସେ ପୁନର୍ବାର ନିଜକୁ ବଂଚାଇଥିଲେ । ସେ ନିଜକୁ ସେହି ଲୋକଙ୍କ ସହ ଜଡିତ କରନ୍ତି ଯେଉଁମାନଙ୍କ ପାଇଁ ସେ ସଫେଇ କାମ କରନ୍ତି । ଏହି କାର୍ଯ୍ୟ ପାଇଁ ସେ ସ୍ୱିଜରଲ୍ୟାଣ୍ଡ, ଆମେରିକା ଏବଂ ଯୁକ୍ତରାଜ୍ୟରୁ ମଧ୍ୟ କଲ ପାଇଥାନ୍ତି ଏବଂ ଘର ସଫା କରିବା ପାଇଁ ସେ ମାଗଣାରେ ଯାତ୍ରା କରନ୍ତି । ଏଭଳି ପରିସ୍ଥିତିରେ ସେ ନିଜ ସ୍ୱପ୍ନକୁ ସାକାର କରୁଛନ୍ତି ଏବଂ ଟଙ୍କା ରୋଜଗାର କରୁଛନ୍ତି ।

Comments are closed.