Latest Odisha News

BREAKING NEWS

ଖଣି ଚୋରି ମାମଲା; ‘ତଦନ୍ତରେ ପ୍ରମାଣ ଆସିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ବର: ସୁନ୍ଦରଗଡ ଜିଲ୍ଲା ହେମଗିରିର ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଆଦି ଅଞ୍ଚଳରେ କୋଇଲା ଖଣି ଲୁଟ ଘଟଣାରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଜୁଏଲଓରାମ କହିଛନ୍ତି । ସେ କହିଛନ୍ତି ଯେ, ଘଟଣାକୁ ନେଇ ତଦନ୍ତ ଚାଲିଛି ଏଥିରେ ପ୍ରମାଣ ସ୍ପଷ୍ଟ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ସରକାର । ଆବଶ୍ୟକ ପଡ଼ିଲେ ମୁଁ କୋଇଲା ମନ୍ତ୍ରାଳୟକୁ ମଧ୍ୟ ଚିଠି ଲେଖିବି ।

ସୁନ୍ଦରଗଡ ସଦର ଉପଜିଲ୍ଲାପାଳ ଦାଶରଥି ସରାବୁ କହିଛନ୍ତି, ଚୋରା ଖଣିରୁ କୋଇଲା ବାହାର ରାଜ୍ୟକୁ ଚାଲାଣ ହେଉଥିଲା । ବାହାର ରାଜ୍ୟର ବଡ଼ ବଡ଼ ଇଟା ଭାଟି ଓ ଇଣ୍ଡଷ୍ଟ୍ରିମାନଙ୍କୁ ମଧ୍ୟ ହେଉଥିଲା ଚୋରା ଚାଲାଣ । ମାଫିଆଙ୍କ ପାଖରେ ପୋଲିସ ଓ ପ୍ରଶାସନ ପହଞ୍ଚି ସାରିଲାଣି । ଆଉ କିଛି ସମୟର ଅପେକ୍ଷା । ବଡ଼ ମାଫିଆମାନଙ୍କୁ ବି ସାମ୍ନାକୁ ଅଣାଯିବ । ଦୋଷୀ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

Comments are closed.