Latest Odisha News

BREAKING NEWS

କିଏ ବିକୁଥିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ?

ବାରଣାସୀ: ବିକ୍ରି ହେବ ବାରଣାସୀରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । କିଛି ଏପରି ବିଜ୍ଞାପନ ଆଜି ଉତ୍ତରପ୍ରଦେଶରେ ହଟଚମଟ ସୃଷ୍ଟି କରିଥିଲା । ଅନ୍‌ଲାଇନ୍ ପ୍ଲାଟଫର୍ମ ଓଏଲଏକ୍ସରେ ମିନି ପିଏମ୍‌ଓ ବିକ୍ରି ହେବା ବିଜ୍ଞାପନ କେବଳ ସାଧାରଣ ଲୋକ ନୁହେଁ ବରଂ ପୋଲିସ ପ୍ରଶାସନକୁ ବି ଚକିତ କରିଥିଲା । ହେଲେ ଶେଷରେ ପୋଲିସ ତଦନ୍ତରେ ସାମ୍ନାକୁ ଆସିଛି ସମସ୍ତ ଘଟଣା ।

ଓଲଏକ୍ସରେ ବିଜ୍ଞାପନ ଦେବା ମାମଲାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ତଦନ୍ତରୁ ଜଣାପଡିଛି ଜବାହାର ନଗର ଏକ୍ସଟେନ୍ସନ୍ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଜନସଂପର୍କ କାର୍ଯ୍ୟାଳାୟକୁ ବିକ୍ରୟ କରିବା ପାଇଁ ଲକ୍ଷ୍ମୀକାନ୍ତ ଓଝା ନାମକ ଜଣେ ବ୍ୟକ୍ତି ନିଜ ପ୍ରୋଫାଇଲରେ ବିଜ୍ଞାପନ ଦେଇଥିଲେ ।

ତଦନ୍ତକାରୀ ଦଳ ବିଜ୍ଞାପନ ହଟାଇବା ପରେ ଭେଲୁପୁର ଥାନାରେ ମାମଲା ରୁଜୁ କରି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଓଲଏକ୍ସ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ୪ଟି ଫଟୋ ପୋଷ୍ଟ ହୋଇଥିଲା । ତା ଛଡା କାର୍ଯ୍ୟାଳୟରେ ଥିବା ୪ଟି ବେଡରୁମ୍ ଓ ୨ଟି ଗାଡିର ପାର୍କିଂ ବ୍ୟବସ୍ଥା ଥିବା ନେଇ ସୂଚନା ଦିଆଯାଇଥିଲା । ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦାମ ସାଢେ ସାତ କୋଟି ରହିଥିଲାବେଳେ ଠିକଣା କିନ୍ତୁ ଭୁଲ ଦିଆଯାଇଥିଲା ।

Leave A Reply

Your email address will not be published.