Latest Odisha News

BREAKING NEWS

ଗୋଟିଏ ଦିନ ପାଇଁ ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ପେସିଆଲ ଟ୍ରେନ୍ ବାତିଲ

ଭୁବନେଶ୍ୱର: ଦକ୍ଷିଣ କେନ୍ଦ୍ରୀୟ ରେଳପଥର ଗୁଣ୍ଟକଓଲ ରେଳ ମଣ୍ଡଳ ଅଧୀନ ଗୁଡୁର-ତିରୁପତି ରେଳ ସେକ୍ସନରେ ନନ ଇଣ୍ଟରଲକିଙ୍ଗ ଜନିତ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ପେଶାଲକୁ ଉଭୟ ଦିଗରୁ ଗୋଟିଏ ଦିନ ପାଇଁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

୦୮୪୭୯/୦୮୪୮୦ ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ପେଶାଲ ଭୁବନେଶ୍ୱରରୁ ଡିସେମ୍ବର ମାସ ୧୯ ତାରିଖ ଦିନ ଏବଂ ତିରୁପତିରୁ ଡିସେମ୍ବର ମାସ ୨୦ ତାରିଖ ଦିନ ବାତିଲ ରହିବ।

୦୨୬୫୯ ନାଗରକୋଏଲ-ଶାଲୀମାର ବିଶେଷ ଏକ୍ସପ୍ରେସ ନାଗରକୋଏଲରୁ ଡିସେମ୍ବର ମାସ ୨୦ ତାରିଖ ଦିନ, ୦୨୮୯୦ ଯଶୋବନ୍ତପୁର-ଟାଟା ବିଶେଷ ଟ୍ରେନ ଯଶୋବନ୍ତପୁରରୁ ଡିସେମ୍ବର ମାସ ୨୧ ତାରିଖ ଦିନ ଏବଂ ୦୨୮୩୬ ଯଶୋବନ୍ତପୁର-ହାତୀଆ ବିଶେଷ ଟ୍ରେନ ଯଶୋବନ୍ତପୁରରୁ ଡିସେମ୍ବର ମାସ ୨୫ ତାରିଖ ଦିନ ତିରୁପତି ପରିବର୍ତ୍ତେ ମାର୍ଗ ପରିବର୍ତ୍ତନ କରି କାଟପାଡି-ରେନିଗୁଣ୍ଟା-ଗୁଡୁର ଷ୍ଟେସନ ଦେଇ ଚଳାଚଳ କରିବ।।

 

Leave A Reply

Your email address will not be published.