ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ କମ୍ପାନୀ ଆଦିତ୍ୟ ଆଲୁମିନିୟମ ସମ୍ବଲପୁର ଜିଲ୍ଲା ମଧ୍ୟରେ ପାଞ୍ଚଟି ସ୍କୁଲରେ ମିନି ସାଇନ୍ସ ସେଣ୍ଟର ସ୍ଥାପନ କରିଛି। ଯାହା ଏସଟିଇଏମ୍ ଶିକ୍ଷାରେ ବୃଦ୍ଧି ଘଟାଇବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ।
ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତିକୁ ଅଧିକ ସୁଗମ ଓ ନିୟୋଜନକାରୀ କରିବା ଏବଂ ଏସଟିଇଏମ (ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ମ୍ୟାଥେମାଟିକ୍ସ)ସମ୍ପର୍କରେ ବାସ୍ତବତା ବୁଝିବାକୁ ସହାୟ କରିବ।
ଏହି ପ୍ରୟାସ ସମ୍ପର୍କରେ ପ୍ରକାଶ କରି ଜଗନ୍ନାଥ ପ୍ରସାଦ ନାୟକ, ୟୁନିଟ ହେଡ, ଆଦିତ୍ୟ ଆଲୁମିନିୟମ କହିଛନ୍ତି, ଆଦିତ୍ୟ ଆଲୁମିନିୟମରେ ଆମେ ଏକ ପ୍ରଗତିଶୀଳ ସମାଜ ନିମନ୍ତେ ଶିକ୍ଷା ମୂଳାଧାର ବୋଲି ବିଶ୍ୱାସ କରୁଛୁ । ଯୁବ ମାନସିକତାଗୁଡିକ ନିମନ୍ତେ ବିଜ୍ଞାନର ଦୁନିଆଁକୁ ଜାଣିବା ସକାଶେ ସେମାନଙ୍କ ପାଇଁ ଶିକ୍ଷାଗତ ବିକାଶକୁ ପୃଷ୍ଠପୋଷକତା କରିବା ଏବଂ ସୁଯୋଗ ସୃଷ୍ଟି କରିବା ନିମନ୍ତେ ମିନି ସାଇନ୍ସ ସେଣ୍ଟରଗୁଡିକ ଆମ ପ୍ରତିବଦ୍ଧତାର ଅଂଶ।
ଆନ୍ତଃକ୍ରିୟାଶୀଳ ଏବଂ ପରୀକ୍ଷାମୂଳକ ଶିକ୍ଷା ଆହରଣକୁ ସମର୍ଥନ କରୁଥିବା ଗୁଣାତ୍ମକ ଶିକ୍ଷାଦାନ ସହାୟକ ବ୍ୟବସ୍ଥା ପ୍ରଚଳନ ଦ୍ୱାରା ପାରମ୍ପରିକ ଶିକ୍ଷାଦାନ ପଦ୍ଧତିରେ ପରିବର୍ତ୍ତନ ଆଣିବାକୁ ମିନି ସାଇନ୍ସ ସେଣ୍ଟର ଡିଜାଇନ କରାଯାଇଛି। ଛାତ୍ର ଛାତ୍ରୀଙ୍କର ଆପ୍ଟିଚ୍ୟୁଡ ଏବଂ କୌଶଳତାରେ ଉନ୍ନତି ଆଣିବା ଉପରେ ଦୃଷ୍ଟିନିବଦ୍ଧ ସହତ ଏହି ସେଣ୍ଟର ଉଭୟ ଛାତ୍ର ଛାତ୍ରୀ ଓ ଶିକ୍ଷକଙ୍କ ନିମନ୍ତେ ସେମାନଙ୍କର ବିଜ୍ଞାନସମ୍ପର୍କିତ ଜ୍ଞାନ ସମ୍ପର୍କରେ ଜାଣିବା ଏବଂ ତାହା ପ୍ରଦର୍ଶନ କରିବାକୁ ଏକ ମଞ୍ଚ ଯୋଗାଇ ଦେଉଛି । ଏହି ପ୍ରୟାସ ପ୍ରାକ୍ଟିକାଲ ଶିକ୍ଷା ଓ ପ୍ରଭାବୀ ଶିକ୍ଷାଦାନ ରଣକୌଶଳ ଉପରେ ଗୁରୁତ୍ୱ ଦେଉଥିବା ଆଧୁନିକ ଶିକ୍ଷା ବ୍ୟବସ୍ଥା ଅନୁରୂପ ହୋଇଛି।
ନିକଟରେ ଶେଷ ହୋଇଥିବା ଆର୍ଥିକ ବର୍ଷ (୨୦୨୪-୨୫)ରେ ଆଦିତ୍ୟ ଆଲୁମିନିୟମ ୫ଟି ମନୋନୀତ ସ୍କୁଲ ମଧ୍ୟରୁ ପ୍ରତ୍ୟେକକୁ ୮୦ଟି ବିଜ୍ଞାନ ଉପକରଣ ପ୍ରଦାନ କରିଥିଲା, ଯ୍ୱାରା ୫ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୬୯୭ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ଭିତ୍ତିଭୂମି ସହିତ କମ୍ପାନୀ ମଧ୍ୟ ଶିକ୍ଷକମାନଙ୍କ ନିମନ୍ତେ ଟ୍ରେନିଂ ଫର ଟ୍ରେନର୍ସ (ଟିଓଟି) କାର୍ଯ୍ୟକ୍ରମ ଆୟୋଜନ କରିଥିଲା।
ମିନି ସାଇନ୍ସ ସେଣ୍ଟର ଉଦଘାଟନ ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବିଶେଷ ଆଗ୍ରହ ଦେଖିବାକୁ ମିଳିଥିଲା ।
ମନୋଜ ନାୟକ, ପ୍ରଧାନଶିକ୍ଷକ, ଲପଙ୍ଗା ସରକାରୀ ହାଇସ୍କୁଲ, ନିଜର କୃତଜ୍ଞତା ପ୍ରକାଶ କରି କହିଥିଲେ, ମିନି ସାଇନ୍ସ ସେଣ୍ଟର ଆମ ଛାତ୍ର ଛାତ୍ରୀଙ୍କ ନିମନ୍ତେ ବିଜ୍ଞାନ ବିଷୟରେ ନିୟୋଜିତ ରହିବା କ୍ଷେତ୍ରରେ ରୂପାନ୍ତରଣ ଆଣିଛି। ଏହା ପାଠ୍ୟପୁସ୍ତକ ଗୁଡିକୁ ସଜୀବ କରିଦେଉଛି, ଯାହା ଛାତ୍ର ଛାତ୍ରୀଙ୍କୁ ବିଜ୍ଞାନର ନୀତିଗୁଡିକୁ କାର୍ଯ୍ୟକାରୀ ଅବସ୍ଥାରେ ଦେଖିବାକୁ ସୁଯୋଗ ଦେଉଛି। ଏହି ପ୍ରତ୍ୟକ୍ଷ ଅନୁଭୂତି ସେମାନଙ୍କର ଶିକ୍ଷାଗତ ଅଭିବୃଦ୍ଧି ନିମନ୍ତେ ବହୁ ମୂଲ୍ୟବାନ ବିବେଚିତ ହେଉଛି।
ନବମ ଶ୍ରେଣୀର ଜଣେ ଛାତ୍ର ଆଲୋକ ସାହୁ ନିଜର ଉତ୍ସାହ ପ୍ରକାଶ କରି କହିଥିଲେ, ମୁଁ ସର୍ବଦା ବିଜ୍ଞାନ ବିଷୟକୁ ଚାଲେଞ୍ଜ ବିଷୟ ବୋଲି ଭାବୁଥିଲି, କିନ୍ତୁ ନୂଆ ଉପକରଣଗୁଡିକ ଶିକ୍ଷା ଆହରଣକୁ ମଜାଦାର ଓ ବୁଝିବା ନିମନ୍ତେ ସହଜ କରିଦେଉଛି । ଏବେ ମୁଁ ପରୀକ୍ଷା ନିରୀକ୍ଷା କରିପାରିବି, ଯାହା ପୂର୍ବରୁ କେବଳ ଲିଖିତ ଭାବରେ ରହୁଥିଲା।
ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମିନି ସାଇନ୍ସ ସେଣ୍ଟରଗୁଡିକର ଫାଇଦା ସମ୍ପର୍କରେ ଆଲୋକପାତ କରିବା ସହିତ ଆଦିତ୍ୟ ଆଲୁମିନିୟମକୁ ତାହାର ସମର୍ଥନ ନିମନ୍ତେ ପ୍ରଶଂସା କରିଛନ୍ତି । ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କୁ ଏସଟିଇଏମ ବିଷୟଗୁଡିକ ଗଭୀର ଭାବରେ ବୁଝିବା ଦିଗରେ କେବଳ ସଶକ୍ତ କରୁନାହିଁ, ତାହାସହିତ ସାମାଜିକ ଦାୟିତ୍ୱବଦ୍ଧତା ଏବଂ ଶିକ୍ଷାଗତ ବିକାଶ ନିମନ୍ତେ କମ୍ପାନୀର ପ୍ରତିବଦ୍ଧତା ସମ୍ପର୍କରେ ଉଲ୍ଲେଖ କରୁଛି।
Comments are closed.