Latest Odisha News

BREAKING NEWS

ପହଲଗାମରେ ଆତଙ୍କବାଦୀ ଆକ୍ରମଣ; ପର୍ଯ୍ୟଟକଙ୍କ ନାଁ ପଚାରିଲେ, ଗୁଳି ମାରିଦେଲେ..

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ମଙ୍ଗଳବାର ଦିନ ଅପରାହ୍ନରେ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇଥିଲେ। ଯେଉଁଥିରେ ୨୬ଜଣଙ୍କ ମୃତ୍ୟୁର ଆଶଙ୍କା କରାଯାଉଛି। ଏହା ମଧ୍ୟରେ ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିବା ପ୍ରଶାସନ ସ୍ପଷ୍ଟ କରିଛି।

ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ପର୍ଯ୍ୟଟକ ମାନଙ୍କର ନାମ ପଚାରି ସେମାନଙ୍କୁ ଗୁଳି କରିଥିଲେ। ଏନେଇ ଅନ୍ୟ ପର୍ଯ୍ୟଟକ ମାନେ ପ୍ରକାଶ କରିଛନ୍ତି। ଆତଙ୍କବାଦୀ ମାନେ ଆର୍ମି ଡ୍ରେସ ପିନ୍ଧି ପହଲଗାମର ବୈସାରନ ଘାଟି ଅଞ୍ଚଳରେ ଗୁଳି ଚଳାଇଥିଲେ। ଏହି ଆକ୍ରମଣ ପାଇଁ ଲସ୍କର-ଏ-ତୈବା ଦାୟୀ ବୋଲି ଦାବି କରିଛି।

୨୦୧୯ ଫେବୃଆର ପରେ କାଶ୍ମୀରରେ ଏହା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ଅଟେ। ଏହା ପୂର୍ବରୁ ପୁଲୱାମାରେ ଆକ୍ରମଣରେ ୪୭ ଜଣ ସିଆପିଏଫ ସୈନିକଙ୍କ ମୃତ୍ୟୁ ଘଟିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଶୋକ ପ୍ରକାଶ କରି ସାଉଦି ଆରବରୁ ଫୋନରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଘଟଣା ସମ୍ପର୍କରେ କଥା ହେବା ସହ ତାଙ୍କୁ ଘଟଣାସ୍ଥଳକୁ ଯିବାକୁ କହିଛନ୍ତି। ଅପରପକ୍ଷରେ ଅନନ୍ତନାଗ ପୋଲିସ ପର୍ଯ୍ୟଟକଙ୍କ ପାଇଁ ଦୁଇଟି ଜରୁରୀକାଳୀନ ସହାୟତା ହେଲ୍ପଲାଇନ ନମ୍ୱର ଜାରି କରିଛି।

 

Comments are closed.