Latest Odisha News

BREAKING NEWS

ନୂଆ ନିୟମ : ଅକ୍ଟୋବର ୧ ପରେ ନିର୍ମିତ ସବୁ ଗାଡିରେ ଲାଗିବ ୬ଟିକିଆ ଏୟାରବ୍ୟାଗ

ଦିଲ୍ଲୀ : ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଜାରି ହେଲା ନୂଆ ନିୟମାବଳୀ । ମୋଟର ଯାନରେ ବସିଥିବା ଯାତ୍ରୀମାନଙ୍କୁ ପାଶ୍ୱର୍ବତୀ ଧକ୍କା ଦେବା ବା ଦୁର୍ଘଟଣା ପ୍ରଭାବରୁ ସୁରକ୍ଷିତ ରଖିବା ଲାଗି ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ୧୯୮୯ରେ ଶଂସୋଧନ ଅଣାଯାଇ ସୁରକ୍ଷା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଅକ୍ଟୋବର ପହିଲା ୨୦୨୨ ପରେ ନିର୍ମିତ ଏମ ୧ ବର୍ଗର ବାହାନଗୁଡିକରେ ଦୁଇ ପାଶ୍ୱର ସାଇଡ ଟର୍ସୋ ଏୟାର ବ୍ୟାଗ ଏବଂ ଦୁଇ ପାଶ୍ୱର୍ ପରଦା ଟ୍ୟୁବ ଏୟାରବ୍ୟାଗ ଲଗାଇବା ବାଧ୍ୟତାମୂଳକ ହେବ ମନ୍ତ୍ରାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଗତ କାଲି ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ନିୟମ ଅନୁସାରେ ଗାଡିର ଆଗ ଧାଡିରେ ଆଉଟବୋର୍ଡ ସିଟିଂ ପୋଜିସନ ବା କଡସିଟିରେ ବସୁଥିବା ଦୁଇଜଣ ବ୍ୟକ୍ତିଙ୍କ ପାଇଁ ଗୋଟିଏ ଲେଖାଏଁ ଦୁଇ ପାଶ୍ୱର୍ ପରଦା ଟ୍ୟୁବ ଏୟାର ବ୍ୟାଗ ଲଗାଯିବ ।

ଏହା ପୂର୍ବରୁ ଏମ ୧ ବର୍ଗର ସମସ୍ତ ମୋଟର ଯାନ ପାଇଁ ବାଧ୍ୟତାମୂଳ ଭାବେ ଡ୍ରାଇଭର ଏୟାରବ୍ୟାଗ ସଂଯୋଗ ନିମନ୍ତେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ନିୟମ ପ୍ରଣୟନ କରାଯାଇଥିଲା । ଯାତ୍ରୀ ପରିବହନ ଲାଗି ବ୍ୟବହୃତ ଡ୍ରାଇଭରଙ୍କ ସିଟ ସହିତ ଆଠଟିରୁ ଅଧିକ ସିଟ ନଥିବା ମୋଟର ଯାନକୁ ଏମ ୧ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି । ଡ୍ରାଇଭରଙ୍କ ସୁରକ୍ଷା ଲାଗି । ସୁନିଶ୍ଚିତ କରିବା ଲାଗି ଜୁଲାଇ ପହିଲା ୨୦୧୯ ପରଠାରୁ ନିର୍ମିତ ବାହାନାରେ ମନ୍ତ୍ରାଳୟ ପକ୍ଷରୁ ଏହି ନିୟମ ଲାଗୁ କରାଯାଇଥିଲା ।

ଏହାପରେ ମନ୍ତ୍ରାଳୟ ପକ୍ଷରୁ ଜାନୁଆରୀ ପହିଲା ୨୦୨୨ ପରେ ନିର୍ମିତ ହୋଇଥିବା ବାହାନରେ ଡ୍ରାଇଭରଙ୍କ ବ୍ୟତୀତ ଆଗ ସିଟରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ପ୍ରଣ୍ଟ ଏୟାର ବ୍ୟାଗ ସଂଯୋଗ କରିବାର ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଥିଲା । ଏହା ହେଉଛି ଯେ କୌଣସି ବାୟୁ ଭର୍ତି ସ୍ଥାନଗ୍ରହଣକାରୀ ପ୍ରତିରୋଧକ ଉପକରଣ ଯାହାକି ଗାଡି ଭିତରର ସିଟ୍ କିମ୍ବା ସାଇଡ ଷ୍ଟକ୍ଟରରେ ଲାଗିଥାଏ । ଏହା ଗାଡି ଆଗ ଧାଡିେରେ ଆୁଟବୋର୍ଡିଂ ସିଟିଂ ପୋଜିସନ ବା କଡ ସିଟରେ ବସିଥିବା ଯାତ୍ରୀଙ୍କ ପାଶ୍ୱର୍ ଭାଗରୁ ହେଉଥିବା ଧକ୍କା ଏବଂ ବାହାରକୁ ବାହାରି ପଡିଥିବାରୁ ସୁରକ୍ଷା ଦେବା ଲାଗି ଡିଜାଇନ କରାଯାଇଥାଏ ।

Comments are closed.