Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ନକଲିର ସୁଫଳ

ସିଏ ଶସ୍ତାରେ ନକଲି ପ୍ରେସରକୁକର ଆଣିଲା
ଅସଲି ଘରଣୀ ତେଣୁ କ୍ରୋଧାନ୍ୱିତ ହେଲା ।
ସେଦିନ ଘରେ ଆଉ ରୋଷେଇ ନୋହିଲା
ଅସଲି ଗାଳି ଖାଇ ତା ପେଟଟି ପୁରିଲା ।

ଘରଣୀର କଳିଗୋଳରେ ବ୍ୟଥିତ ହୋଇ
ମୂଷାମରା ବିଷ କିଣିଆଣି ଦେଲା ଖାଇ!
ହେଲେ ଆଦୌ ମଲାନାଇଁ ବଞ୍ଚିଗଲା
କାରଣ ମୂଷା ବିଷଟା ନକଲି ଥିଲା !!

ସିଏ ଏଥର ଅନ୍ୟ ଉପାୟ ପାଞ୍ଚିଲା
ଟ୍ରେନ ଆଗରେ ଶୋଇବାକୁ ଷ୍ଟେସନ ଗଲା ।
ଟ୍ରେନ ଛାଡି ଦେଇଥିଲା ସିଏ ବଞ୍ଚିଗଲା
ଘଣ୍ଟାଟା ନକଲି ଥିବାରୁ ସମୟ ଭୁଲ ଦେଲା ।

ବାଟରେ ତାକୁ ଡକାୟତ ମାନେ ଉଠେଇ
ଧମକେଇଲେ ଯାହା ଅଛି ଦେଇଦେବା ପାଇଁ ।
ଦେଲା ସିଏ ନକଲି ଚେନ ମୁଦି କାଢି ଦେଇ
ବିଗିଡି ଗଲେ ଡ଼କାୟତେ ଏହା ଜାଣିଦେଇ ।

ତାଙ୍କ ହାତର ବନ୍ଧୁକ ଢ଼ୋ ଢ଼ୋ ଫୁଟିଲା
ସିଏ ଏବେ ସେଇଠି ହିଁ ଟଳି ପଡିଲା ।
ସୂର୍ଯ୍ୟକିରଣରେ ସିଏ ନାଳରୁ ଉଠିଲା
ବନ୍ଧୁକ ଓ ଗୁଳି ଯେଉଁ ନକଲି ଥିଲା।

ଫେରିବା ବାଟରେ ସିଏ ଝିଅକୁ ଭେଟିଲା
ଭୟରେ ଥରୁଥିବାର କାରଣ ପଚାରିଲା ।
ନେଉଥିବା ପ୍ରେମିକ ଛାଡି ଚାଲିଗଲା
ସିଏ କହିଲା ହୃଦୟ ତା ନକଲି ଥିଲା ।

Comments are closed, but trackbacks and pingbacks are open.