Latest Odisha News

[ଭିଡିଓ] ସେନା ଦିବସରେ ପ୍ରଦର୍ଶିତ ବିଶ୍ୱର ସବୁଠୁ ବଡ ପତାକା

ଭୁବନେଶ୍ୱର: ଭାରତୀୟ ସେନା ପାଳୁଛି ୭୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଭାରତ-ପାକିସ୍ତାନ ବୋର୍ଡର ରାଜସ୍ଥାନର ଲୋଙ୍ଗୱାଲାରେ ପ୍ରଦର୍ଶିତ ହୋଇଛି ବିଶ୍ୱର ସବୁଠୁ ବଡ ଭାରତୀୟ ପତାକା ।

ଶତ ପ୍ରତିଶତ ଖଦୀରେ ପ୍ରସ୍ତୁତ ଏହି ଭାରତୀୟ ପତାକାର ଓଜନ୧୪୦୦ କି.ଗ୍ରା, ଲମ୍ବ ୨୨୫ ଫୁଟ୍ ଏବଂ ଓସାର ରହିଛି ୧୫୦ ଫୁଟ୍ । ସେହିଭଳି ଅଶୋକ ଚକ୍ରର ବ୍ୟାସ ୩୦ ଫୁଟ୍ ରହିଛି ।୧୯୭୧ ମସିହା ଯୁଦ୍ଧରେ ଯେଉଁ ସ୍ଥାନରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ, ଠିକ୍ ସେହି ସ୍ଥାନରେ ଏହି ପତାକାକୁ ପ୍ରଦର୍ଶିତ କରାଯାଇଛି । ଚଳିତଥରକୁ ମିଶାଇ ଏବି ବିଶାଳକାୟ ଭାରତୀୟ ସ୍ମାରକ ପତାକା ସର୍ବମୋଟ ୫ମ ଥର ପାଇଁ ପ୍ରଦର୍ଶିତ କରାଯାଇଛି ।

Comments are closed, but trackbacks and pingbacks are open.