Latest Odisha News

BREAKING NEWS

ଗିରଫ ହେଲା ଖଣି ମାଫିଆ ସରୋଜ

ଖୋର୍ଦ୍ଧା: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ଗୁରୁବାର ଦିନ ଦୁର୍ଦ୍ଦାନ୍ତ ଅପରାଧୀ ସରୋଜକୁ ବେଆଇନ ଖଣି ଖନନ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟାରେ ଖୋର୍ଦ୍ଧା ଟାଉନ ପୋଲିସ ସହାୟତାରେ ‘ଏସଟିଏଫ’ ସ୍ଥାନୀୟ କୁମ୍ଭରବସ୍ତା ଗ୍ରାମରେ ଚଢ଼ାଉ କରି ସରୋଜକୁ ଗିରଫ କରିବାରେ ସଫଳ ହୋଇଥିଲା ।

ପୂର୍ବରୁ ସରୋଜଙ୍କ ନାମରେ ଥାନାରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ବିଭିନ୍ନ ମାମଲା ରହିଥିବା ବେଳେ ବେଆଇନ ଖଣି ଉତ୍ତୋଳନ କାର୍ଯ୍ୟରେ ମଧ୍ୟ ସେ ଲିପ୍ତଥିବା ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.