Latest Odisha News

ଘୁଞ୍ଚିବନି ପଞ୍ଚାୟତ ନିର୍ବାଚନ : ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ବର : କରୋନା ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବଢ଼ିଲାଣି ଚିନ୍ତା । ସଂକ୍ରମଣ ଭୟ ଥିବାରୁ ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନ ହେବ ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଲାଣି । ତେବେ ଏଭଳି ଆଶଙ୍କା ଦେଖା ଦେଉଥିଲେ ବି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।

ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ରିପୋର୍ଟ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରାଯାଇଛି । ତେବେ କୌଣସି ପରିସ୍ଥିତିରେ ନିର୍ବାଚନ ଘୁଞ୍ଚିବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବଚନ ପାଇଁ କେଉଁ ତାରିଖ ଘୋଷଣା କରୁଛନ୍ତି । ତାହା ଉପରେ ସମସ୍ତଙ୍କ ନଜର ରହିଛି । ସଂଶାଧିତ ଭୋଟର ତାଲିକା ଆସନ୍ତା ଡିସେମ୍ବରରେ ପ୍ରକାଶ ପାଇବ । ତେବେ ସଠିକ୍ ସମୟରେ ନିର୍ବଚନ ହେବ ବୋଲି ବିଭିନ୍ନ ରାଜନୈତିକ ଦଳ ଆଶା ରଖିଛନ୍ତି ।

Leave A Reply

Your email address will not be published.