ସତର୍କ ହୋଇଯାଅ କେନ୍ଦ୍ର ସରକାର । ଦର ବୃଦ୍ଧି ଯୋଗୁ ବିଭିନ୍ନ ରାଜ୍ୟର ଉପନିର୍ବାଚନରେ ବିଫଳ ହୋଇଛ । ସବୁ କ୍ଷେତ୍ରରେ କେନ୍ଦ୍ର ସରକାର ବିଫଳ । ରାଜ୍ୟର କ୍ଷମତା ଛଡ଼ାଇ ନେଇଗଲେ କେନ୍ଦ୍ର ସରକାର । ରାଜ୍ୟ ସରକାରଙ୍କର ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ରକୁ ଶୁଣାଇଛନ୍ତି ସର୍ତକବାଣୀ ।
ଡିଜେଲ ଦର ବଢିବାରୁ ଚାଷୀର ଉତ୍ପାଦନ ଖର୍ଚ୍ଚ ବଢିଛି । ସମାଧାନର ବାଟ ନ ବାହାର କଲେ, ଆହୁରି ଦର ବଢିବ। ଯାହାର ଫଳ ଭୋଗିବେ କେନ୍ଦ୍ର ସରକାର । ନ ଅସନ୍ତୋଷ ତେଜିଲାଣି । ବିଭିନ୍ନ ରାଜ୍ୟରେ ଉପନିର୍ବାଚନ ଫଳାଫଳ ବିଜେପି ବିରୋଧରେ ଯାଇଛି । ଏବେଠୁ କେନ୍ଦ୍ର ସରକାର ସତର୍କ ହୋଇ ଯାଆନ୍ତୁ । ଦରବୃଦ୍ଧି ନ ରୋକିଲେ ଆଗକୁ ଲୋକ ଜବାବ ଦେବେ । ସରକାର ଶାସନ କ୍ଷମତାରୁ ଯିବେ । ଏମିତି ଭବିଷ୍ୟବାଣୀ କରିଛନ୍ତି ରଣେନ୍ଦ୍ର ।
ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେପିର ପରାଜୟ ଦରବୃଦ୍ଧିର ପ୍ରତିଫଳନ ବୋଲି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଯୁକ୍ତି ବାଢ଼ିଛନ୍ତି । ସେ ଅଭିଯୋଗ କରିଛନ୍ତି, ଦରବୃଦ୍ଧିକୁ ପ୍ରସଙ୍ଗ କରି ବିଜେପି କ୍ଷମତାକୁ ଆସିଲା । ମାତ୍ର ଏବେ ଦର ଦାମ ଆକାଶଛୁଆଁ । ରାଜ୍ୟର କ୍ଷମତାକୁ କେନ୍ଦ୍ର ଛଡ଼ାଇ ନେଇଛି । ପେଟ୍ରୋଲ ଓ ଡିଜେଲ ଦର ଉପରେ ରାଜ୍ୟର କିଛି ନିୟନ୍ତ୍ରଣ ନାହିଁ ।
କେନ୍ଦ୍ରର ଟିକସ ବୋଝ ତେଲ ଦରକୁ ସର୍ବକାଳୀନସ୍ତରକୁ ନେଇଛି । ଡିଜେଲ ଦର ବଢ଼ିବାରୁ ଚାଷୀର ଉତ୍ପାଦନ ଖର୍ଚ୍ଚ ବଢ଼ିଛି । ପରିବହନ ଖର୍ଚ୍ଚ ମଧ୍ୟ ବଢ଼ି ବଢ଼ି ଚାଲିଛି । ସାଧାରଣ ଲୋକ ବଞ୍ଚିବ କେମିତି ? ଏହାର ଫଳ କିନ୍ତୁ କେନ୍ଦ୍ରକୁ ଭୋଗିବାକୁ ହେବ ବୋଲି ସମାଲୋଚନା କରି କହିଛନ୍ତି ରଣେନ୍ଦ୍ର ।
Comments are closed.