Latest Odisha News

BREAKING NEWS

ଫିଲ୍ମ ‘ଉମ୍‌ରୋ ଜାନ୍‌’ ପାଇଁ ଐଶ୍ବର୍ଯ୍ୟା ନଥିଲେ ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ‘ଉମ୍‌ରୋ ଜାନ୍‌’ରେ ଅଭିନେତ୍ରୀ ଐଶ୍ବର୍ଯ୍ୟାଙ୍କ ଭୂମିକାକୁ ବେଶ୍‌ ତାରିପ୍‌ କରାଯାଇଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଜେପି ଦତ୍ତା। ଏହା ଉର୍ଦ୍ଦୁ ଉପନ୍ୟାସ ଉମ୍‌ରୋ ଜାନ ଅଦା ଉପରେ ଆଧାରିତ। ତେବେ ଏହି ଫିଲ୍ମ ପାଇଁ ଐଶ୍ବର୍ଯ୍ୟା ପ୍ରଥମ ପସନ୍ଦ ନଥିଲେ ବୋଲି ଜଣାପଡ଼ିଛି।

ଏଥିପାଇଁ ପ୍ରଥମ ପସନ୍ଦ ଥିଲେ ପ୍ରିୟଙ୍କା ଚୋପ୍ରା। ଏହି ଫିଲ୍ମ ୨୦୦୬ରେ ମୁକ୍ତିଲାଭ କରିଥିଲା। ତେବେ ଏଥିପାଇଁ ଐଶ୍ବର୍ଯ୍ୟା ନୁହେଁ ପ୍ରିୟଙ୍କା ଥିଲେ ପ୍ରଥମ ପସନ୍ଦ। ସେତେବେଳେ ପ୍ରିୟଙ୍କା ବଲିଉଡରେ ନିଜର ନୂଆ କରି ଏଣ୍ଟ୍ରି କରିଥିଲେ। ଦତ୍ତା କହିଥିଲେ ଯେ ମୁଁ ପ୍ରିୟଙ୍କାଙ୍କ ସହିତ କାମ କରିବାକୁ ଚାହୁଁଥିଲି। କିନ୍ତୁ ତାହା ସମ୍ଭବ ହୋଇପାରିନଥିଲା।

Leave A Reply

Your email address will not be published.