Latest Odisha News

ସାମ୍ବାଦିକ କଲ୍ୟାଣ ଯୋଜନା ମାର୍ଗଦର୍ଶିକା ସମୀକ୍ଷା ପାଇଁ କମିଟି ଗଠନ

ନୂଆଦିଲ୍ଲୀ : ସାମ୍ବାଦିକ କଲ୍ୟାଣ ଯୋଜନା ନିୟମାବଳୀର ଅନୁଧ୍ୟାନ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ୧୦ ଜଣିଆ କମିଟି ଗଠନ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ବିଶିଷ୍ଟ ସାମ୍ବାଦିକ ଅଶୋକ କୁମାର ଟଣ୍ଡନଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ମନ୍ତ୍ରଣାଳୟ ଦ୍ବାରା ସାମ୍ବାଦକି କଲ୍ୟାଣ ଯୋଜନା ଦେଇଥିବା ନିର୍ଦ୍ଦେଶାବଳୀର ତର୍ଜମା କରିବା ସହ ଏହି କମିଟି ଆବଶ୍ୟକ ସୁପାରିଶ କରିବ ।

ଦେଶରେ ସାମ୍ବାଦକ କଲ୍ୟାଣ ଯୋଜନା ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବଂ ସାମ୍ବାଦିକମାନଙ୍କ ସୁବିଧା ଦୃଷ୍ଟିରୁ ସମୀକ୍ଷାର ଆବଶକତା ରହିଛି । ପେଶାଗତ, ନିରାପତ୍ତା, ସ୍ବାସ୍ଥ୍ୟ ଓ କାର୍ଯ୍ୟାବସ୍ଥା ସଂହିତା ୨୦୨୦ ଲାଗୁ ହେବା ପରେ ଉଭୟ ପାରମ୍ପରିକ ଓ ଡିଜିଟାଲ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକଙ୍କ ସଂଜ୍ଞା ପରିସର ବ୍ୟାପକ ହୋଇଛି । ଯୋଜନା ଅଧିନରେ କଲ୍ୟାଣମୂଳକ ସୁବିଧା ସୁଯୋଗ ଅଧିସ୍ବୀକୃତ ଓ ଅଣସ୍ବୀକୃତ ସାମ୍ବାଦିକଙ୍କ ମଧ୍ୟରେ ସମାନତା ଆଣିବା ପାଇଁ ଏହି ଯୋଜନାର ପୁନଃ ଅନୁଧ୍ୟାନର ଆବଶ୍ରକତା ରହିଛି ।

କୋଭିଡରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ଶହେରୁ ଅଧିକ ସାମ୍ବାଦିକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଏହି କମିଟି ଦୁଇ ମାସ ମଧ୍ୟରେ ଏହାର ରିପୋର୍ଟ ପ୍ରଦାନ କରିବ । ଏହି ସୁପାରିଶ ସରକାରଙ୍କୁ ସାମ୍ବାଦିକଙ୍କ ସୁବିଧା ପାଇଁ ମାର୍ଗଦର୍ଶିକା ତିଆରିରେ ସହାୟତା କରିବ ।

Comments are closed.