Latest Odisha News

BREAKING NEWS

ଜିଏସଟି ଠକେଇର ପର୍ଦ୍ଦାଫାସ, ୨ ମାଷ୍ଟର ମାଇଣ୍ଡ ଗିରଫ

କଟକ : ରାଜ୍ୟରେ ପୁଣି ଏକ ବଡ଼ ଧରଣର ଠକେଇର ପର୍ଦାଫାସ । ଜାଲ୍ ବିଲ୍ କରି ଇନପୁଟ୍ ସବସିଡ ଠକେଇ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ରାଜ୍ୟ ସିଟି ଓ ଜିଏସଟି ବିଭାଗ । ଗିରଫ ଅଭିଯୁକ୍ତ ହେଲେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅମିତ ଅଗ୍ରୱାଲ ଓ ଅନ୍ୟ ଜଣେ ବ୍ୟବସାୟୀ ସତ୍ୟନ୍ଦ୍ର ଯାଦବ । ଏହି ଠକେଇରେ ରାଜ୍ୟ ଜିଏସଟି ବିଭାଗକୁ ୫୧ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ସୂଚନା ଦେଇଛନ୍ତି ଜିଏସଟି କମିଶନର ସୁଶୀଲ ଲୋହାନୀ ।

BjdElectrycity

ଅମିତଙ୍କୁ ଝାରସୁଗୁଡାରୁ ଗିରଫ କରାଯାଇଥିବା ବେଳେ ସତ୍ୟେନ୍ଦ୍ରଙ୍କୁ ରାଜଧାନୀ ଭୁବନେଶ୍ବରରୁ ଗିରଫ କରାଯାଇଛି । ୧୩ଟି ଫାର୍ମ ନାଁରେ ଏମାନେ ଠକେଇ କରିଛନ୍ତି । ଜିଏସଟି ଏନଫୋର୍ସମେଣ୍ଟ ଉଇଙ୍ଗ ଏପର୍ଯ୍ୟନ୍ତ ୨ ବର୍ଷ ମଧ୍ୟରେ ୨୩ ଜଣଙ୍କୁ ଗିରଫ କରିଥିବା ବେଳେ, ୨୯ ହଜାର ୨ ଜଣଙ୍କ ପଞ୍ଜିକରଣ ରଦ୍ଦ କରିଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ଜିଏସଟି କମିଶନର ସୁଶୀଲ ଲୋହାନୀ ।

Leave A Reply

Your email address will not be published.