ନୂଆଦିଲ୍ଲୀ: କେନ୍ଦ୍ର ଓ ପଶ୍ଚିମବଙ୍ଗର ମମତା ସରକାର ମଧ୍ୟରେ ଚାଲିଥିବା ବିବାଦ ଆହୁରି ଜଟିଳ ହେଉଛି । ଜେପି ନଡ୍ଡାଙ୍କ କାରକେଡ୍ ଉପରକୁ ହୋଇଥିବା ଆକ୍ରମଣ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରାଳୟ ଆଉ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କେନ୍ଦ୍ର ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗର ୩ ଜଣ ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଡକାଇଛି । ଏହି ତିନି ଜଣ ଆଇପିଏସ୍ ଅଧିକାରୀ ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତ ବେଳେ ସୁରକ୍ଷା ଦାୟିତ୍ବରେ ଥିଲେ ।
ପଶ୍ଚିମବଙ୍ଗ କ୍ୟାଡରର ଏହି ତିନି ଜଣ ଆଇପିଏସ୍ ଅଧିକାରୀଙ୍କୁ ଗୃହମନ୍ତ୍ରାଳୟକୁ ଡକାଯାଇଛି । ଏହାକୁ ନେଇ ପଶ୍ଚିମବଙ୍ଗ ସରକାର ଗୃହମନ୍ତ୍ରାଳୟକୁ ଚିଠି ଲେଖିଛି । ଟିଏମସି ନେତା କଲ୍ୟାଣ ବାନାର୍ଜୀ କହିଛନ୍ତି, ଆଇନ ଉପରେ ନୁହନ୍ତି ଗୃହମନ୍ତ୍ରୀ । ଗୃହ ସଚିବଙ୍କୁ ମମତା ସରକାର ଚିଠି ଲେଖିଥିବା କହିଛନ୍ତି ।
ଜେପି ନଡ୍ଡାଙ୍କ କାରକେଡ୍ ଉପରକୁ ଆକ୍ରମଣ ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିକୁ ସମନ କରିଥିଲା ଗୃହ ମନ୍ତ୍ରାଳୟ । ୧୪ ତାରିଖରେ ଦିଲ୍ଲୀ ଯିବାକୁ କୁହାଯାଇଥିଲେ ମଧ୍ୟ ସେମାନଙ୍କୁ ପଠାଇବାକୁ ମନା କରିଥିଲେ ମମତା ସରକାର ।
Comments are closed.