ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଶିବନାରାୟଣପୁର ଗାଁରେ ଘଟିଛି ଏକ ଦୁଃଖଦ ଘଟଣା। ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ଜଣେ ୧୪ ବର୍ଷର ନାବାଳକ।
ମୃତ ନାବାଳକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ଗ୍ରାମର ପ୍ରମୋଦ ପାଳଙ୍କ ୧୪ ବର୍ଷର ପୁଅ ସରୋଜ ପାଳ । ସୂଚନୁସାରେ, ମଙ୍ଗଳବାର ମଧ୍ୟାହ୍ନରେ ସରୋଜ ତାଙ୍କ ଗାଁ ପୋଖରୀରେ ଗାଧାଉଥିଲେ। ତେବେ ହଠାତ୍ ତାଙ୍କ ଗୋଡ ଖସିଯିବାରୁ ସେ ଗଭୀର ପାଣି ମଧ୍ୟକୁ ଧୀରେଧିରେ ଚାଲିଯାଇଥିଲେ।
ତେବେ ବୁଡି ଯାଉଥିବା ସରୋଜଙ୍କ ଚିତ୍କାର ଶୁଣି ସେହି ବାଟ ଦେଇ ଯାଉଥିବା କିଛି ଲୋକେ ପୋଖରୀ କୂଳକୁ ଯାଇ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମାତ୍ର ସେତେବେଳକୁ ସରୋଜ ସମ୍ପୂର୍ଣ୍ଣ ପାଣିରେ ବୁଡିଯାଇଥିଲେ।
ତେବେ ସ୍ଥାନୀୟ ଲୋକେ ସରୋଜଙ୍କୁ ପୋଖରୀରୁ ଉଦ୍ଧାର କରି ଏକ ବାଇକ୍ ଯୋଗେ ଆନନ୍ଦପୁର ଚିକିତ୍ସାଳୟରେ ପହଞ୍ଚିଥିଲେ ସୁଦ୍ଧା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଆନନ୍ଦପୁର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।
Comments are closed.