Latest Odisha News

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବ ଏହିସବୁ ଖାଦ୍ୟ

ଭୁବନେଶ୍ୱର: ବର୍ତ୍ତମାନ ସମୟରେ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଜନସାଧାରଣଙ୍କୁ ଘରେ ରହିବା, ସାମାଜିକ ଦୂରତା ବଜାୟ ଏବଂ ମାସ୍କ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି ।

ତେବେ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଲାଗି କ’ଣ କରିବେ ଜାଣନ୍ତୁ…

ହଳଦୀ- ହଳଦୀରେ ଆଣ୍ଟି-ଇନଫ୍ଲାମେଟ୍ରି ଗୁଣ ଭରପୂର ରହିଥାଏ । ଯାହା ଇନଫେକସନରୁ ଲଢିବା ଲାଗି ଶକ୍ତି ଯୋଗାଇଥାଏ । ହଳଦୀ ଓ ଗୋଲମରିଚ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ ।

ଭିଟାମିନ୍ ସି ଯୁକ୍ତ ଫଳ ଓ ପନିପରିବା- ଅମୃତଭଣ୍ଡା, କମଳା, ଅଁଳା ଭଳି ଫଳର ସେବନ କରନ୍ତୁ । ଏଥିସହିତ ସବୁଜ ପନିପରିବା ସହ ନିମ, ତୁଳସୀ ପତ୍ର ମଧ୍ୟ ଖାଇପାରିବେ । ଯାହା ଆପଣଙ୍କର ଇମ୍ୟୁନିସିଷ୍ଟମ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ନଡିଆ ତେଲ- ଆପଣ ନିଜ ଦିନର ଆରମ୍ଭ ୧-୨ରୁ ଚାମଚ ଅର୍ଗାନିକ ନଡିଆ ତେଲର ସେବନ କରିପାରିବେ । ଏହା ଇମଫ୍ଲାମେଶନରୁ ଦୂରେଇ ରଖିଥାଏ । ନଡିଆ ତେଲରେ ଆଣ୍ଟି ଭାଇରାଲ ଗୁଣ ରହିଥାଏ, ଯାହା ବିଭିନ୍ନ ପ୍ରକାର ଜୀବାଣୁ ତଥା ଭୂତାଣୁରୁ ଲଢିବା ପାଇଁ ଶକ୍ତି ଯୋଗାଇଥାଏ।

Leave A Reply

Your email address will not be published.