Latest Odisha News

BREAKING NEWS

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ବର୍ଷେ, ୧୫ତମ ରାଷ୍ଟ୍ରପତି ଭାବେ ନେଇଥିଲେ ଶପଥ

ଭୁବନେଶ୍ୱର:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ଆଜି ଏକ ବର୍ଷ ପୂରଣ ହୋଇଛି। ଆଜିର ଦିନରେ ଅର୍ଥାତ୍ ଜୁଲାଇ ୨୫ ତାରିଖ ୨୦୨୨ ରେ ଆମ ଦେଶ ପାଇଥିଲା ୧୫ତମ ଦ୍ବିତୀୟ ମହିଳା ରାଷ୍ଟ୍ରପତି। ଆଜିଠୁ ଠିକ୍ ବର୍ଷେ ତଳେ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ଏହି ଦିନଟି ଥିଲା ସ୍ୱତନ୍ତ୍ର। ସମ୍ବିଧାନର ସର୍ବୋଚ୍ଚ ପଦବୀରେ ରହିଛନ୍ତି ପ୍ରଥମ ଆଦିବାସୀ ମହିଳା। ଯାହାଙ୍କ ପାଇଁ ଆଜି ପ୍ରତିଟି ଓଡିଆ ଗର୍ବିତ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଆଜି ଗୋଟିଏ ବର୍ଷ ପୁରଣ ହୋଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ସେପଟେ ରାଷ୍ଟ୍ରପତିଙ୍କ ଏକ ବର୍ଷ କାର୍ଯ୍ୟକାଳ ସମୟରେ ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ରାଷ୍ଟ୍ରପତି ହେବା ପରେ ଆସି ସେ ଚତୁର୍ଥଥର ପାଇଁ ଓଡ଼ିଶା ଆସୁଛନ୍ତି। ତାଙ୍କର ବର୍ଷେ କାର୍ଯ୍ୟକାଳ ଭିତରେ ସେ ୨୬ଟି ରାଜ୍ୟ ଗସ୍ତ କରି ଲୋକଙ୍କ ହୃଦୟ ଜିତିଛନ୍ତି। ରାଷ୍ଟ୍ରପତି ଭାବେ ସେ ତାଙ୍କ କାର୍ଯ୍ୟକୁ ନିପୁଣତାର ସହ ନିର୍ବାହ କରିଛନ୍ତି।

Leave A Reply

Your email address will not be published.