Latest Odisha News

ବେଙ୍ଗ ପୋଡା ଖାଇ ଶିଶୁକନ୍ୟା ମୃତ, ଜଣେ ଗୁରୁତର

କେନ୍ଦୁଝର:  କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଗୁରୁଡ଼ା ଗ୍ରାମରେ ବେଙ୍ଗ ତରକାରୀ ଖାଇ ଜଣେ ବାଳିକାର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତ ଶିଶୁକନ୍ୟାର ନାମ ସୁମିତ୍ରା ମୁଣ୍ଡା (୬) ।

ଗୁରୁବାର ରାତିରେ ଏକ ବେଙ୍ଗ ମୁନା ମୁଣ୍ଡାଙ୍କ ଘର ଭିତରକୁ ପଶି ଆସିଥିଲା। ମୁନା ତାକୁ ମାରି ନିଆଁରେ ପୋଡ଼ି ଦୁଇ ଝିଅଙ୍କ ସହିତ ଖାଇଥିଲେ। ଶୋଇଥିବା ବେଳେ ବିଳମ୍ବିତ ରାତିରେ ଦୁଇ ଝିଅ ବାନ୍ତି କରି ଅସୁସ୍ଥ ହୋଇ ପଡ଼ିଲେ। ସକାଳେ ସେମାନଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ରାତିରେ ସୁମିତ୍ରାଙ୍କ ମୃତ୍ୟୁ ହୋଇଥିଲା। ସାନ ଝିଅ ମେଘ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି ।

ତେବେ ବେଙ୍ଗ ପୋଡା ଖାଇ ମୃତ୍ୟୁ ହେଲା କି ଆଉ କିଛି କାରଣରୁ ହେଲା ତାହା ଜଣାପଡ଼ିନି । ଘଟଣାର ତଦନ୍ତ ଚାଲିଛି । ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଯାଇଛି।

Leave A Reply

Your email address will not be published.