Latest Odisha News

BREAKING NEWS

ଘରୋଇ ହଷ୍ଟେଲର ଶୌଚାଳୟରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମାଲକାନଗିରି: ଏକ ଘରୋଇ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଜଣେ ଷଷ୍ଠ ଶ୍ରେଣୀର ନବାଳିକା। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଏମଭି-୭ ଗ୍ରାମରେ। ରିପୋର୍ଟ ଅନୁଯାୟୀ, ଜିଲ୍ଲାର କାଲିମେଳା ଅନ୍ତର୍ଗତ ଏମପିଭି-୧୩୦ ଗାଁର ଜଣେ ୧୧ ବର୍ଷର ନାବାଳିକା ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମଭି-୭ ଗାଁର ଏକ ଘରୋଇ ବିଦ୍ୟାଳୟରେ ପାଠ ପଢୁଥିଲେ। ସେ ଗାଁର ଶ୍ରୀ ଗଣେଶ ନାମକ ଏକ ପ୍ରାଇଭେଟ୍ ହଷ୍ଟେଲରେ ରହୁଥିଲେ।

ହଷ୍ଟେଲ ପରିସରରେ ଥିବା ଏକ ଶୌଚାଳୟ ଭିତରେ ଝୁଲନ୍ତା ଅବସ୍ଥାରେ ନାବାଳିକା ଛାତ୍ରୀଙ୍କ ମୃତଦେହ ମିଳିଥିଲା। ହଷ୍ଟେଲ କର୍ତ୍ତୃପକ୍ଷ ଦେଖିବା ପରେ ସଙ୍ଗେ ସଙ୍ଗେ ନିକଟସ୍ଥ ମୁଖ୍ୟ ଚିକିତ୍ସାଳୟ ମାଲକାନଗିରିକୁ ଆଣିଥିଲେ। କିନ୍ତୁ ବହୁ ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଥିବା ମେଡିକାଲ ପକ୍ଷରୁ କୁହାଯାଇଛି।

ସୂଚନା ପାଇବା ପରେ ପୋଲିସ ଡାକ୍ତରଖାନା ଯାଇ ମୃତଦେହକୁ ଶବବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୋଲିସରୁ ଛାତ୍ରୀଙ୍କ ବେକରେ ଫାଶୀ ଦେଇ ମୃତ୍ୟୁ ଘଟଣାକୁ ପରିବାର ଲୋକେ ସହଜରେ ବିଶ୍ବାସ କରିପାରୁନାହାନ୍ତି। ଏହାକୁ ହତ୍ୟା ବୋଲି ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ପୋଲିସ କହିଛି ଯେ ସେମାନେ ସବୁ ଦିଗରୁ ମାମଲାର ତଦନ୍ତ କରୁଛନ୍ତି। ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ଏବଂ ବ୍ୟବଚ୍ଛେଦ ରିପୋର୍ଟ ପାଇବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି।

Leave A Reply

Your email address will not be published.