Latest Odisha News

BREAKING NEWS

କଲକୀ ୨୮୯୮ ଏଡି ଓ ପୁଷ୍ପା ୨ ଫିଲ୍ମ ବକ୍ସ ଅଫିସରେ ହେବେ ସାମ୍ନା ସାମ୍ନି

ମାଡ୍ରାସ: ଦକ୍ଷିଣ ଭାରତର ୨ ପ୍ରତୀକ୍ଷୀତ ଫିଲ୍ମ କଲକୀ ୨୮୯୮ ଏଡି ଓ ପୁଷ୍ପା ୨ ଫିଲ୍ମକୁ ପ୍ରଂଶସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । କଲକୀ ୨୮୯୮ ଏଡିରେ ପ୍ରଭାସ ଏବଂ ପୁଷ୍ପା ୨ରେ ଅଲ୍ଲୁ ଅର୍ଜୁନ ଅଭିନୟ କରୁଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏହି ଦୁଇ ମେଗା ବଜେଟ ଫିଲ୍ମ ୧୫ ଅଗଷ୍ଟ ୨୦୨୪ରେ ରିଲିଜ ହେବ ବୋଲି ସ୍ଥିର ହୋଇଛି । ପୂର୍ବରୁ ପ୍ରଭାସଙ୍କ ଫିଲ୍ମ ମେ ୯ରେ ରିଲିଜ ହେବ ବୋଲି ସ୍ଥିର ହୋଇଥିଲା । ସେ ସମୟରେ ନିର୍ବାଚନ ହେବାକୁ ଥିବାରୁ ଏହାର ମେକର୍ସ ଫିଲ୍ମର ରିଲିଜକୁ ଘୁଂଚାଇବା ପାଇଁ ଯୋଜନା କରୁଛନ୍ତି । ଯଦି ଏହା ହୁଏ ତେବେ ୨ଟି ଯାକ ଫିଲ୍ମ ମୁହାଁମୁହିଁ ହୋଇପାରେ । ଯାହା ପରୋକ୍ଷରେ ଉଭୟଙ୍କ କ୍ଷତି ଘଟାଇବ ବୋଲି ଅନୁମାନ କରାଯାଉଛି ।

ଅପରପକ୍ଷରେ ପୁଷ୍ପା ୨ର ରିଲିଜ ତାରିଖ ପ୍ରଥମରୁ ମେ ୯ରେ ଘୋଷଣା କରାଯାଇ ସାରିଛି । କଲକୀ ୨୯୮୮ ଏଡିରେ ପ୍ରଭାସଙ୍କ ବ୍ୟତୀତ ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ, କମଳ ହାସନ, ଦିଶା ପାଟନୀ ଓ ପଶୁପତିଙ୍କ ପରି କଳାକାର ରହିଛନ୍ତି । ଅଲ୍ଲୁଙ୍କ ପୁଷ୍ପା ଦି ରାଇଜର ଅଦ୍ଭୁତପୂର୍ବ ସଫଳତା ପରେ ଏବେ ଏହାର ପରବର୍ତୀ ସଂସ୍କରଣକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.