Latest Odisha News

ଫିଲ୍ମ RRR: ସମସ୍ତ ପ୍ରଡକ୍ସନ୍ କ୍ରିଉ ମେମ୍ବରଙ୍କୁ ମିଳିଲା ସ୍ୱର୍ଣ୍ଣ ମୁଦ୍ରା

ଅଭିନୟ ହେଉ କି ନିଜ ଟିମକୁ ଉପହାର ପ୍ରଦାନ । ସମସ୍ତ ଉପାୟରେ ରାମ ଚରଣ ନିଜ ଫ୍ୟାନ୍ ତଥା ଟେକ୍ନିସିଆନଙ୍କ ମନ ଜିଣିପାରିଛନ୍ତି

ଭୁବନେଶ୍ୱର: ଟଲିଉଡ୍ ମେଗାଷ୍ଟାର ରାମ ଚରଣ ପୁଣିଥରେ ନିଜ ବିଶାଳ ହୃଦୟର ଉଦାହରଣ ଦେଇଛନ୍ତି । ଫିଲ୍ମ “RRR”ର ସଫଳତା ପରେ ସେ ପ୍ରଡକ୍ସନ୍ ଟିମର ସମସ୍ତ କ୍ରିଉ ମେମ୍ବରଙ୍କୁ ୧୦ ଗ୍ରାମ ଓଜନର ସ୍ୱର୍ଣ୍ଣ ମୁଦ୍ରା ପ୍ରଦାନ କରିଛନ୍ତି ।

ସମସ୍ତ ସଦସ୍ୟଙ୍କୁ ତାଙ୍କ ପରିଶ୍ରମକୁ ସମ୍ମାନ ଜଣାଇ ମେଗାଷ୍ଟାର ରାମ ଚରଣ କିଛି ଏପରି ପଦକ୍ଷେପ ନେଇଛନ୍ତି । ନିକଟରେ ଏସ୍ଏସ୍ ରାଜାମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ RRRର ୩୫ଜଣ ଟେକ୍ନିସିଆନଙ୍କୁ ରାମ ଚରଣ ନିମନ୍ତ୍ରଣ ଦେଇଥିଲେ । ମୁମ୍ବାଇ ଫେରିଯିବା ପୂର୍ବରୁ ରାମ ଚରଣ ପ୍ରତ୍ୟେକଙ୍କୁ ସୁନା କଏନ୍ ଦେଇ ଚକିତ କରିଦେଇଥିଲେ । ଅଭିନୟ ହେଉ କି ନିଜ ଟିମକୁ ଉପହାର ପ୍ରଦାନ । ସମସ୍ତ ଉପାୟରେ ରାମ ଚରଣ ନିଜ ଫ୍ୟାନ୍ ତଥା ଟେକ୍ନିସିଆନଙ୍କ ମନ ଜିଣିପାରିଛନ୍ତି । ବଣ୍ଟାଯାଇଥିବା ସମସ୍ତ କଏନରେ ରାମ ଚରଣ ଓ RRR ଲେଖାଯାଇଥିବା ଜଣାପଡିଛି ।

ସୁଟିଂ ସେଟ୍‌, ମ୍ୟୁଜିକ ଓ ମର୍ମ ସ୍ପର୍ଷୀ କାହାଣୀ ଜରିଆରେ ଫିଲ୍ମ RRR ସମଗ୍ର ବିଶ୍ୱରେ ନିଜ ଦବଦବା ଜାହିର କରିଛି । ଅନ୍ୟପଟେ ଅଜୟ ଦେବଗନ, ଶ୍ରେୟା ସରନ୍ ଓ ଆଲିୟା ଭଟ୍ଟଙ୍କ ଭଳି ଜଣାଶୁଣା କଳାକାରଙ୍କ କ୍ୟାମିଓ ରୋଲ୍ ବି ଦର୍ଶକଙ୍କୁ ପ୍ରଭାବିତ କରିପାରିଥିଲା । ମାତ୍ର ୯ ଦିନରେ ଏହି ଫିଲ୍ମଟି ୱାର୍ଲଡ୍ ୱାଇଡ୍ ବକ୍ସ ଅଫିସରେ ୮୦୦ କୋଟିରୁ ଅଧିକ କଲେକ୍ସନ୍ କରିପାରିଛି ।

Leave A Reply

Your email address will not be published.