ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ନାବାଳିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅଭିଯୁକ୍ତ ଘର ମାଲିକଙ୍କୁ ଗିରଫ କରିଛି ପୋଲିସ। ପୀଡିତାଙ୍କୁ ଭେଟିଲେ ମହିଳା କମିଶନ ସଦସ୍ୟା। ପୀଡିତା ଓ ପରିବାର ଲୋକଙ୍କୁ ଭେଟି କଲେ ବୟାନ ରେକର୍ଡ। ପରିବାର ଲୋକ ଘରେ ନଥିବା ବେଳେ ଅଭିଯୁକ୍ତ କାଣ୍ଡ ଭିଆଇଥିବା ସୂଚନା ମିଳିଛି।
ପୋଲିସ ତଦନ୍ତରୁ ଜଣାପଡିଛି ଯେ ଉକ୍ତ ନାବାଳିକାଙ୍କ ବୟସ ୧୧ ବର୍ଷ। ଝିଅର ପରିବାର ସଦସ୍ୟ ଘରେ ନଥିବା ସମୟରେ ଏହି ଅପରାଧ ହୋଇଥିଲା। ପୀଡିତାଙ୍କର ଡାକ୍ତରୀ ଯାଞ୍ଚ ଏବଂ ଫରେନସିକ୍ ପରୀକ୍ଷା କରାଯାଉଛି। ପୀଡିତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି। ମହିଳା କମିଶନ ସଦସ୍ୟା ସୂଚନା ଦେଇଛନ୍ତି ଯେ ତଦନ୍ତ ଅନୁଯାୟୀ ଝିଅ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରାଯାଇଛି।
ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳର ଜଣେ ଦୋକାନୀ ଏବଂ ଡିସେମ୍ବର ୪ ତାରିଖ ଦିନ ଝିଅଟିକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା। ଉକ୍ତ ନାବାଳିକାଙ୍କ ବାପା-ମାଆ ଗଞ୍ଜାମ ଜିଲ୍ଲାର ବାସିନ୍ଦା। କିନ୍ତୁ ଝିଅଟି ସେ ଦିନ ଚିତ୍କାର କରିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲା। କିନ୍ତୁ ବୁଧବାର ଦିନ, ଅଭିଯୁକ୍ତ ଝିଅଟିକୁ ଘରେ ଏକା ପାଇ ଦୁଷ୍କର୍ମ କରିଥିଲା। ସେ ଏହି ଘଟଣା କାହାକୁ ନ କହିବାକୁ ଧମକ ମଧ୍ୟ ଦେଇଥିଲା।
Comments are closed.