Latest Odisha News

BREAKING NEWS

ବ୍ରିଜ ଭୂଷଣଙ୍କୁ ବଡ ଆଶ୍ୱସ୍ତି: ପୋଲିସ କ୍ଲୋଜର ରିପୋର୍ଟକୁ ବିରୋଧ କଲେନି ନାବାଳିକା ରେସଲର

ନୂଆଦିଲ୍ଲୀ: ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କୁ ଆଜି ବଡ ଆଶ୍ୱସ୍ତି ମିଳିଛି । ନାବାଳିକା ରେସଲରଙ୍କ ଅଭିଯୋଗ କ୍ରମେ ତାଙ୍କ ବିରୋଧରେ ପକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ନାବାଳିକାଜଣଙ୍କ ପରେ ଏହି ଅଭିଯୋଗରୁ ହଟି ଯାଇଥିଲେ । ଆଜି ପୋଲିସ କ୍ଲୋଜର ରିପୋର୍ଟକୁ ମଧ୍ୟ ସେ ବିରୋଧ କରି ନାହାନ୍ତି । ନାବାଳିକା ରେସଲର ଏବଂ ତାଙ୍କ ବାପା ପୋଲିସ ତଦନ୍ତରେ ସନ୍ତୁଷ୍ଟ ଏବଂ କ୍ଲୋଜର ରିପୋର୍ଟରେ କୌଣସି ଆପତି ନାହିଁ ବୋଲି ଅତିରିକ୍ତ ଦୌରା ଜଜଙ୍କ ନିକଟରେ ବୟାନ ଦେଇଛନ୍ତି । କୋର୍ଟ ଏବେ ତାଙ୍କ ରାୟ ସେପ୍ଟେମ୍ବର ୬କୁ ସୁରକ୍ଷିତ ରଖିଛି ।

ସୂଚନାଯୋଗ୍ୟ, ଦେଶର ପ୍ରତିଷ୍ଠିତ ରେସଲରମାନେ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ । ଏ ନେଇ ସେମାନେ ଜନ୍ତରମନ୍ତରରେ ଧାରଣା ଦେଇଥିଲେ । କ୍ରୀଡାମନ୍ତ୍ରୀଙ୍କ ଆଶ୍ୱସନା ପରେ ସେମାନେ ଧାରଣରୁ ହଟିଥିଲେ । ପୋଲିସ ସମ୍ପୃକ୍ତ ଘଟଣାର ତଦନ୍ତ ଏବେ ବି ଜାରୀ ରଖିଛି ।

Leave A Reply

Your email address will not be published.