Latest Odisha News

BREAKING NEWS

ଦୁଇ ସପ୍ତାହରେ ତିନି ହିଂସାକାଣ୍ଡ; ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର କହୁଛନ୍ତି ଦେଶରେ ବଢୁନି ଅସହିଷ୍ଣୁତା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ୱାସ ନକଭୀ କହିଛନ୍ତି ‘ଦେଶରେ କିଏ କଣ ଖାଇବ, ତାହା ସ୍ଥିର କରିବା ସରକାରଙ୍କ କାମ ନୁହେଁ’ । ‘କିଛି ଅଳିଆ ଅଛନ୍ତି, ଯାହାଙ୍କୁ ଦେଶରେ ଶାନ୍ତି ହଜମ ହଉନି । ଭାରତର ସଂହତି ଏବଂ ସଂସ୍କୃତି ନଷ୍ଟ କରିବାକୁ ଚାହୁଁଛନ୍ତି’ ।

ବିଗତ ଦିନରେ ଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ-ମୁସଲମାନ ଦଙ୍ଗା ହେବା ପରେ ସଂଘ୍ୟାଲଘୁ ବ୍ୟାପାର ମନ୍ତ୍ରୀ ରବିବାର ଏଭଳି କହିଛନ୍ତି । ସେ କହିଛନ୍ତି ଯେ, ଏବେ ଦେଶରେ କୌଣସି ସାଂପ୍ରଦାୟିକ ଅସହିଷ୍ଣୁତା ବଢୁନି । ସମସ୍ତଙ୍କର ଅଧିକାର ଅଛି ନିଜର ଧର୍ମୀୟ ବିଶ୍ୱାସ ପାଳନ କରିବା ପାଇଁ ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ମୁଖତାର ଏହି ପ୍ରତିକ୍ରିୟା ରଖିଛନ୍ତି । କିଛି ସପ୍ତାହ ଭିତରେ ଦେଶର ବିଭିନ୍ନ ସ୍ଥାନରେ ସାଂପ୍ରଦାୟିକ ଦଙ୍ଗା ଏବଂ ଶୀତଳ ଯୁଦ୍ଧ ଚାଲୁଛି । କର୍ଣ୍ଣାଟକର ହିଜାବ ବିବାଦ, ରାଜସ୍ଥାନ କରୌଲିରେ ହିନ୍ଦୁ-ମୁସଲମାନ ଦଙ୍ଗା, ଜେଏନୟୁରେ ରାମ ନବମୀ ଦିନ ଆମିଷ ଭୋଜି ଓ ପୂର୍ବ ଦିଲ୍ଲୀରେ ହନୁମାନ ଜୟନ୍ତୀରେ ହୋଇଥିବା ଦଙ୍ଗା ହେଉଛି ମୁଖତାରଙ୍କ ଭିତ୍ତିହୀନ ବା ଅପରିପକ୍ୱ ମନ୍ତବ୍ୟର ପ୍ରମାଣ ।

Leave A Reply

Your email address will not be published.