Latest Odisha News

BREAKING NEWS

ମାହାଙ୍ଗା ଗଣହତ୍ୟା ମାମଲା : ୩ ଦିନିଆ ରିମାଣ୍ଡ ପରେ ଜେଲ ଗଲା ଅଭିଯୁକ୍ତ ଶିବ

କଟକ : ମାହାଙ୍ଗା ଗଣହତ୍ୟା ମାମଲା । ଜେଲ୍ ଗଲା ଅଭିଯୁକ୍ତ ଶିବ ସାହୁ । ୩ ଦିନିଆ ରିମାଣ୍ଡ ପରେ ସାଲେପୁର କୋର୍ଟରେ ହାଜର କରିଥିଲା ପୋଲିସ । କୋର୍ଟ ଅଭିଯୁକ୍ତ ଶିବକୁ ସାଲେପୁର ସବଜେଲକୁ ପଠାଇ ଦେଇଛି । ଗତକାଲି ଶିବର ୩ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା । ଆଜି ସ୍ୱାସ୍ଥ୍ୟ ପରୀକ୍ଷା ପରେ ଶିବକୁ କୋର୍ଟରେ ହାଜର କରାଯାଇଥିଲା ।

୩ ଦିନିଆ ରିମାଣ୍ଡରେ ସେ ଏକୁଟିଆ ପୁରା ପରିବାରକୁ ହତ୍ୟା କରିଥିବା କହିଥିବା ବେଳେ କୁସୁପୁର ସ୍ଥିତ କ୍ରାଇମସ୍ପଟରେ କ୍ରାଇମ ସିନ୍ ରିକ୍ରିଏଟ କରିଥିଲା ଶିବ । କେଉଁ ପରିସ୍ଥିତିରେ ଭାଇ, ଭାଉଜ, ୨ ପୁତୁରା ଓ ଝିଆରୀକୁ ରକ୍ତମୁଖା ହୋଇ ନୃଶଂସ ଭାବେ ହତ୍ୟା କରିଥିଲା, ତାହା ଟିକନିକ୍ ଦେଖାଇଥିଲା ଶିବ ସାହୁ । ହତ୍ୟାକାଣ୍ଡ ପରେ ସବୁ ମୃତଦେହକୁ ଗୋଟେ ରୁମ୍‌ରେ ଭର୍ତ୍ତି କରି ଘଣ୍ଟାଏ ବସିଥିଲା ଶିବ । ତାପରେ ସମସ୍ତଙ୍କ ହାତ ଓ ଗୋଡ଼ର ଶିରା କାଟିଦେଇଥିଲା ।

ଗୁରୁବାର ଦିନ ଶିବକୁ ରିମାଣ୍ଡରେ ଆଣିଥିଲା ପୋଲିସ । ସେ ପ୍ରଥମ ଦିନରେ ପୋଲିସକୁ ସହଯୋଗ କରିନଥିବା ବେଳେ ଦ୍ୱିତୀୟ ଦିନରେ ପୋଲିସ କ୍ରାଇମସିନ୍ ରିକ୍ରିଏସନ୍ କରିଥିଲା । ହେଲେ ଏଯାଏଁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାରୁ ତଦନ୍ତ ଆଗେଇ ପାରୁନଥିବା କୁହାଯାଉଛି ।

Leave A Reply

Your email address will not be published.