ନୂଆଦିଲ୍ଲୀ: ପଦ୍ମଶ୍ରୀ ଏବଂ ଟୋକିଓ ଅଲୋମ୍ପିକ୍ ରୌପ୍ୟ ବିଜେତା ମିରାବଇ ଚାନୁ ହାତରେ ଆଘାତ କାରଣରୁ ୱେଟ ଲିଫ୍ଟଙ୍ଗ ଚାମ୍ପିଆନସିପରେ ସ୍ବର୍ଣ୍ଣ ପଦକରୁ ବଂଚିତ ହୋଇଛନ୍ତି । କଲୋମ୍ବିଆରେ ହେଉଥିବା ବିଶ୍ବ ଭାରଉତ୍ତଳନ ଚାମ୍ପିଆନସିପରେ ଚାନୁ ଯଦିଓ ତାଙ୍କର ବେଷ୍ଟ ପ୍ରଦର୍ଶନ କରିପାରି ନଥିଲେ ତେବେ ୪୯ କିଲୋ ୱେଟ ବର୍ଗରେ ୨୦୦ କିଲୋ ଭାର ଉଠାଇ ଦିତୀୟ ସ୍ଥାନ ଅଧିକାର କରିଛନ୍ତି ।
ସେ ଏହି ମ୍ୟାଚରେ ପ୍ରଥମେ ୬୭ ଏବଂ ପରେ ୧୧୩ କିଲୋର ଭାର ଉଠାଇ ଦେଶ ପାଇଁ ସିଲଭର ଆଣିବାରେ ସଫଳ ହୋଇଛନ୍ତି । ସେ ଚୀନର ଟୋକିଓ ଅଲମ୍ପିକ ଚାମ୍ପିଅନ ହୋ-ଜିହୁଆଙ୍କୁ ପଛରେ ପକାଇ ଦେଶ ପାଇଁ ଆଣିଛନ୍ତି ଗୌରବ ।
ଚୀନର ଜିଆଙ୍ଗ-ହୁଇହୁଆ ୨୦୬ କିଲୋର ଭାର ଉଠାଇ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି । ମିରାବାଇ ୨୦୧୭ ମସିହାରେ ଏହି ପ୍ରତିଯୋଗିତାରେ ଗୋଲ୍ଡ ହାସଲ କରି ଦ୍ୱିତୀୟ ଥର ପାଇଁ ଏହି ପ୍ରତିଯୋଗିତାରେ ମେଡାଲ ଆଣିବାରେ ସଫଳ ହୋଇଛନ୍ତି । ଆଗରୁ ସେ ୨୦୨୨ କମନ ୱେଲଥ ଗେମ୍ସରେ ଗୋଲ୍ଡ ଆଣିଥିଲେ ।
Comments are closed.