Latest Odisha News

BREAKING NEWS

[ଭାଇରାଲ୍ ଭିଡିଓ] ପଂଜାବୀ ରାବଣର ଭାଙ୍ଗଡା ଡାନ୍ସ !

ପଂଜାବ: ଆଜି ପବିତ୍ର ଦଶହରା । ସାରା ଦେଶରେ ଲୋକେ ମା’ ଦୁର୍ଗାଙ୍କ ପୂଜାରେ ନିମଗ୍ନ ଥିବାବେଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି । ଦଶହରା ସମୟୟରେ ରାମଲିଳା କିଛି ନୂଆ କଥା ନୁହେଁ । ହେଲେ ପଂଜାବର ରାମଲିଳାରେ ଦେଖିବାକୁ ମିଳିଛି ରାବଣର ମଡର୍ଣ୍ଣ ଅବତାର ।

ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଲିଷ୍ଟରେ ଥିବା ଏହି ଭିଡଓରେ ରାମଲିଳାର ଏକ ଦୃଶ୍ୟ କଏଦ ହୋଇଛି । ଯେଉଁଥିରେ ରାବଣକୁ ନାଚିବାରେ ଦେଖାଯାଇଛି । ତେବେ ପୌରାଣିକ ଗୀତ ନୁହେଁ ବରଂ ପଂଜାବୀ ଗୀତରେ ରାବଣର ଏହି ଭାଙ୍ଗଡା ଡାନ୍ସ ଖୁବ ଭାଇରାଲ୍ ହୋଇଛି ।

ରାବଣ ଅବତାରରେ ଥିବା ବ୍ୟକ୍ତିଙ୍କର ଡାନ୍ସକୁ ପାଖରେ ବସିଥିବା ଦର୍ଶକ ବି ଖୁବ ଉପଭୋଗ କରିଥିଲେ । ତେବେ ଖାସ କରି ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ଏହି ଭିଡିଓ ଭାରତ ବାହାରେ ବି ଢେରସାରା ଭିୟର୍ସିପ ହାସଲ କରିବାରେ ସଫଳ ହୋଇଛି ।

Leave A Reply

Your email address will not be published.