Latest Odisha News

BREAKING NEWS

ଇନ୍ଫୋଭାଲି ଥାନା ଅଞ୍ଚଳରେ ଫୁଟିଲା ୪ ରାଉଣ୍ଡ ଗୁଳି…

ଭୁବନେଶ୍ବର: ପୁଣି ରାଜଧାନୀରେ ଅଧରାତିରେ ଫୁଟିଲା ଗୁଳି । ପିତାପଲ୍ଲୀ ଅଞ୍ଚଳରେ ଏହି ଗୁଳିକାଣ୍ଡ ହୋଇଛି । ଜଣେ ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳିମାଡ଼ କରିଥିଲେ ହେଁ ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ସମସ୍ତ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇଛି । ତେବେ ଖୋର୍ଦ୍ଧା ଓ ନୂଆପଲ୍ଲୀ ଅଞ୍ଚଳର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ କାରଣରୁ ଏହି ଘଟି ଗୁଳି ଫୁଟିଛି ।

ଗୁଳିମାଡ଼ରୁ ବର୍ତ୍ତିଯାଇଥିବା ଏନେଇ ଇନ୍‌ଫୋଭ୍ୟାଲି ଥାନାରେ ଅଭିଯୋଗ କରିଛନ୍ତି । ଯୁବକ ଜଣକ ହେଉଛନ୍ତି ଖୋର୍ଦ୍ଧାର ଚିନ୍ମୟ ବଡ଼ଜେନା । ନୂଆପଲ୍ଲୀ ଅଞ୍ଚଳର କୁଖ୍ୟାତ ରାଜେଶ ଦାସ ଗୁଳି କରିଛି ବୋଲି ଚିନ୍ମୟ ଅଭିଯୋଗ କରିଛନ୍ତି । ରାଜେଶ ଦାସ ନୟାପଲ୍ଲି ଅଞ୍ଚଳର । ପୂର୍ବରୁ ତା ନାଁ ରେ ଥାନାରେ ମାମଲା ରହିଥିବା ଜଣାଯାଇଛି ।

ତେବେ ଖୋର୍ଦ୍ଧା ସାମନ୍ତରାପୁରରେ ତାଙ୍କ ପରିଚାଳିତ ଏକ ନିଶା ନିବାରଣ କେନ୍ଦ୍ର ରହିଛି । ଗତ ରାତିରେ ଗାଡ଼ି ସାଇଡ୍‌ ମାରିବାକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଥିବା ଚିନ୍ମୟ କହିଛନ୍ତି । ଚିନ୍ମୟ ଏକ ସ୍କର୍ପିଓରେ ନେଇ ଭୁବନେଶ୍ବର ଯାଉଥିବାବେଳେ, ରାଜେଶ ଖୋର୍ଦ୍ଧାରୁ ଭୁବନେଶ୍ବର ଫେରୁଥିଲା । ରାଜେଶ ଗାଡ଼ିକୁ ଓଭର୍‌ଟେକ୍‌ କରିଥିଲେ ଚିନ୍ମୟ । ଏଇଠୁ ଆରମ୍ଭ ହୋଇଥିଲା ସମସ୍ତ ଘଟଣା । ଏହାପରେ ଉଭୟ ଗାଡି ଅଟକାଇ କଥାକଟାକଟି ହୋଇଥିଲେ, ଯେଉଁଥିରେ ରାଗିାଇ ରାଜେଶ ଗାଡ଼ିରୁ ବନ୍ଧୁକ ବାହାର କରି ଚିନ୍ମୟଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲା । ହେଲେ ୪ଟିଯାକ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା । ଏହି ଘଟଣାରେ ଇନ୍ଫୋ ଭ୍ୟାଲି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ସୂଚନାଯୋଗ୍ୟ ଯେ, ଗତ ୨୪ତାରିଖ ରାତିରେ ଏହି ପିତାପଲ୍ଲୀ ଛକରେ ଗୁଳିକାଣ୍ଡ ଘଟିଥିଲା । ଚନ୍ଦକା ଥାନା ପାଣିଓଳା ଗାଁର ବାସୁଦେବ ପରିଡ଼ା ପିତାପଲ୍ଲୀ ଗାଁର ପ୍ରତାପ ସ୍ବାଇଁଙ୍କୁ ଗୁଳି କରି ଗୁରୁତର କରିଥିଲା । ଏହାର କିଛି ଦିନ ପୂର୍ବରୁ ଅର୍ଥାତ୍‌ ମେ ୮ ତାରିଖ ରାତିରେ ପାଣିଓଳା ଗାଁରେ ଆଉ ଏକ ଗୁଳିକାଣ୍ଡ ଘଟିଥିଲା । ବିଶ୍ବଜିତ୍‌ ସାହୁର ଗୁଳିମାଡ଼ରେ ପୂର୍ଣ୍ଣଚନ୍ଦ୍ର ନାୟକ ଗୁରୁତର ହୋଇଥିଲେ ।

Comments are closed.