Latest Odisha News

BREAKING NEWS

ଫସଲ ଜଗିବାକୁ ମଞ୍ଚାରେ ଶୋଇଥିଲେ ବ୍ୟକ୍ତି, ବେକ କାଟିଦେଲା ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଫସଲ ଜଗିବାକୁ ମଞ୍ଚାରେ ଶୋଇଥିବା ବ୍ୟକ୍ତିଙ୍କ ତଣ୍ଟି କାଟିଦେଲା ଦୁର୍ବୃତ୍ତ । କେହି କିଛି ଜାଣିବା ପୂର୍ବରୁ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଅଭିଯୁକ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଓଲାବିର ଗାଁର ବିଶ୍ୱନାଥ ବର୍ଗିଆ ଗତକାଲି ବିଲମ୍ବିତ ରାତିରେ ଘରୁ ବାହାରିଯାଇ ଘର ନିକଟରେ ଥିବା କନ୍ଦମୂଳ ଚାଷ ଜମିରେ ଫସଲ ଜଗିବାକୁ କରିଥିବା ମଞ୍ଚାରେ ଶୋଇଥିଲେ । ବିଳମ୍ବିତ ରାତିରେ କେହି ଜଣେ ଦୁର୍ବୃତ୍ତ ଆସି ତାଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ବିଶ୍ୱନାଥ ଯନ୍ତ୍ରଣାରେ ବେକରେ ହୋଇଥିବା କ୍ଷତକୁ ଗାମୁଛାରେ ଗୁଡାଇ ଚିତ୍କାର କରିଥିଲେ । ବିଶ୍ୱନାଥଙ୍କ ଚିତ୍କାର ଶୁଣି ଘର ଲୋକ ଆସିବା ବେଳକୁ ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ତେବେ କ’ଣ ହୋଇଛି ବୁଝିବା ବେଳକୁ ବିଶ୍ୱନାଥ ସେହିଠାରେ ହିଁ ଟଳି ପଡିଥିଲେ ।  ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ହତ୍ୟା କଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

 

 

 

Leave A Reply

Your email address will not be published.