Latest Odisha News

BREAKING NEWS

ଯାଜପୁର ବିଞ୍ଝାରପୁରରେ ଭୋଟ୍ ବାକ୍ସ ଉଠାଇ ନେଲେ ଦୁର୍ବୃତ୍ତ

ଯାଜପୁର: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯାଜପୁର ଜିଲ୍ଲାରେ ପୁଣି ବିଶୃଙ୍ଖଳା । ବିଭିନ୍ନ ସ୍ଥାନରେ ଦେଖାଦେଇଛି ଉତ୍ତେଜନାମୂଳକ ପରିସ୍ଥିତି । ବିଞ୍ଝାରପୁର ବ୍ଲକ୍‌ର ବାଛଳ ପଞ୍ଚାୟତର ୪ ଓ ୬ ନମ୍ବର ବୁଥ୍‌ରୁ ଦୁର୍ବୃତ୍ତ ଭୋଟ୍‌ ବାକ୍ସ ଉଠାଇ ନେଇଥିବା ଅଭିଯୋଗ ହୋଇଛି ।

୪ ଜଣ ଦୁର୍ବୃତ୍ତ ୪ ନମ୍ବର ବୁଥରୁ ଭୋଟ୍ ବାକ୍ସ ଧରି ପଳାଇଛନ୍ତି । ସେହିପରି ୬ ନମ୍ବର ବୁଥରୁ କିଛି ଦୁର୍ବୃତ୍ତ ଭୋଟ୍‌ ବାକ୍ସ ନେଇ ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ସେଠାରେ ମତଦାନ ବନ୍ଦ ରହିଛି । ଉତ୍ତେଜନା ପରିସ୍ଥିତି ଥିବାରୁ ମୁତୟନ ଅଛନ୍ତି ବ୍ୟାପକ ପୋଲିସ ଫୋର୍ସ ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଜିଲ୍ଲାର ଦଶରଥପୁର ବ୍ଳକ୍‌ ୯ ନମ୍ବର ବୁଥର ଭୋଟ୍ ବାକ୍ସକୁ କିଛି ଦୁର୍ବୃତ୍ତ ଛଡ଼ାଇ ନେଇ ପୋଖରୀରେ ଫିଙ୍ଗି ଦେଇଥିଲେ । ସେହିପରେ ଆଉ କିଛି ସ୍ଥାନରେ ଦୁର୍ବୃତ୍ତ  ବୁଥ୍‌ରେ ପଶି ବାଲାଟ୍‌ ପେପର ଛଡ଼ାଇ ନେଇଥିଲେ । ଏବେ ତୃତୀୟ ପର୍ଯ୍ୟାୟରେ ବି ବିଶୃଙ୍ଖଳାତ ଦେଖାଦେଇଛି ।

Comments are closed, but trackbacks and pingbacks are open.