Latest Odisha News

BREAKING NEWS

ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥଙ୍କ ଅଫିସରେ ପଶି ଭଙ୍ଗାରୁଜା କଲେ ଦୁର୍ବୃତ୍ତ

ନିମାପଡ଼ା: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ତଥା କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟଙ୍କ ନିମାପଡ଼ା ସ୍ଥିତ ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ଅଫିସ ଗେଟ୍‌ ସାମ୍ନାରେ ମଦ ବୋତଲ ଭାଙ୍ଗିବା ସହିତ ଅଫିସକୁ ଢେଲା ପଥର ମାଡ଼ କରିଛନ୍ତି । ଏହା ସହ ସିଦ୍ଧାର୍ଥ ରାଉତରାୟଙ୍କ ବ୍ୟାନର ଚିରିଥିବା ଅଭିଯୋଗ ହୋଇଛି ।

ଏହି ଘଟଣା ପରେ ସିଦ୍ଧାର୍ଥ ରାଉତରାୟ ବିଜେଡି କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ‘କିଏ ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି ଆମେ ଜାଣିନାହୁଁ । ମୁଁ ଭାବୁଛି ବିଜେଡି ଏପରି କରିଥାଇପାରେ, ଆଉ କିଏ ଏପରି କାମ କରିବ? ସେମାନେ ବହୁବର୍ଷ ଶାସନ କଲେଣି, ଏଥିପାଇଁ ତାଙ୍କର କାହାକୁ ଡର ଭୟ ନାହିଁ’ ।

ସେ ଆହୁରି କହିଛନ୍ତି ଯେ, ମୁଁ ନିର୍ବାଚନ ନ ଲଢ଼େ ଏଥିପାଇଁ ବିଜେଡି ଏପରି କରାଯାଇଥାଇ ପାରେ । ଏନେଇ ମୁଁ ଥାନାରେ ଅଭିଯୋଗ କରିଛି’ ।

Leave A Reply

Your email address will not be published.