Latest Odisha News

BREAKING NEWS

ଆନିମଲ ନିର୍ଦ୍ଦେଶକଙ୍କ ସହ ଉର୍ବଶୀ; ଫଟୋ ଭାଇରାଲ

ନୂଆଦିଲ୍ଲୀ: ଫିଲ୍ମ ‘ଆନିମଲ’ର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ସହ  ଅଭିନେତ୍ରୀ ଉର୍ବଶୀ ରୌତାଲାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଉର୍ବଶୀଙ୍କ ପ୍ରଶଂସକମାନେ ତାଙ୍କ ଆଗାମୀ ଫିଲ୍ମ  ବିଷୟରେ ଜାଣିବାକୁ ଚାହିଁଛନ୍ତି।

ସୂଚନାଅନୁସାରେ, ଉର୍ବଶୀ ଏକ ଫିଲ୍ମର ଟ୍ରେଲର ରିଲିଜ ପାଇଁ ଆସିଥିଲେ ।  ତେବେ ଟ୍ରେଲର ରିଲିଜ ପରେ ‘ଆନିମଲ’ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିକଟରେ ବସିଥିବା ଦେଖିବାକୁ ମିଳିଥିଲା। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଉର୍ବଶୀ ଓ ସନ୍ଦୀପ କଥା ହେଉଥିବା ଭାଇରାଲ ଫଟୋରେ ଦେଖିବାକୁ ମିଳିଛି । ନିକଟ ଭବିଷ୍ୟତରେ ଉଭୟ ଏକାସଙ୍ଗେ କାମ କରିବାକୁ ନେଇ ଚର୍ଚ୍ଚା କରୁଥିବା କୁହାଯାଇଛି ।

ସୂଚନାଯୋଗ୍ୟ, ଉର୍ବଶୀ ଫୋର୍ବସ୍ ପତ୍ରିକାର ଦଶମ ସ୍ଥାନ ପାଇଥିବା ସବୁଠାରୁ କନିଷ୍ଠ ଭାରତୀୟ । ତାଙ୍କ କାମ ପାଇଁ ସେ ଅଧିକ ପାରିଶ୍ରମିକ ନିଅନ୍ତି । ସେ ୫୫୦ କୋଟି ଟଙ୍କାର ବିଶାଳ ସାମ୍ରାଜ୍ୟ ବନାଇ ପାରିଛନ୍ତି। କେବଳ ସେତିକି ନୁହେଁ ଉର୍ବଶୀ ରୌତାଲା ଓ ତାଙ୍କ ପୂରା ପରିବାର ଆନୁଷ୍ଠାନିକ ଭାବେ ସଂଯୁକ୍ତ ଆରବ ଏମିରେଟ ବା UAEର ପ୍ରତିଷ୍ଠିତ ଗୋଲ୍ଡେନ ଭିସା ପାଇଥିବା ପ୍ରଥମ ପରିବାର।  ଇନଷ୍ଟାଗ୍ରାମରେ ୭୦.୩ ମିଲିୟନରୁ ଅଧିକ ଉର୍ବଶୀଙ୍କ ଫଲୋର୍ସ ଅଛନ୍ତି ।  ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିରାଟ କୋହଲିଙ୍କ ପରି ଲୋକପ୍ରିୟ ହୋଇପାରିଛନ୍ତି । ତେଣୁ ତାଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ।

Leave A Reply

Your email address will not be published.