Latest Odisha News

BREAKING NEWS

ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟ୍ ଉଦ୍ୟମ, କଟିଗଲା ଆଙ୍ଗୁଠି

ପାରାଦୀପ: ରାତି ହେଲେ ଜମୁଛି ଅପରାଧିକ ଆଡ୍ଡା । ରାସ୍ତା ମଝିରେ ଗାଡ଼ି ରଖିଛନ୍ତି କରୁଛନ୍ତି ଲୁଟପାଟ୍ । ଚଣ୍ଡିଖୋଲ-ପାରାଦୀପ ରାସ୍ତାର କେନ୍ଦ୍ରାପଡ଼ା ଟିକରପଙ୍ଗାରେ ଦୁର୍ବୃତ୍ତ ଅଧରାତିରେ ଏମିତି ଆତଙ୍କରାଜ ଚଳାଇଛନ୍ତି । ଗତ ବିଳମ୍ବିତ ରାତିରେ ଟିକରପଙ୍ଗା ଠାରେ ୧ ଜଣ ଦୁର୍ବୃତ୍ତ ରାସ୍ତା ମଝିରେ ସ୍କର୍ପିଓ ରଖି ଏକ ଟ୍ରକକୁ ଅଟକାଇ ଥିଲେ । ଡ୍ରାଇଭର ଗାଡ଼ିରୁ ନ ଓହ୍ଲାଇବାରୁ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ଡ୍ରାଇଭରଙ୍କ ହାତର ଆଙ୍ଗୁଠି ଛିଡ଼ି ଯାଇଥିବା ବେଳେ ଜଂଘରେ ଗଭୀର ଆଘାତ ଲାଗିଛି । ଗୁରୁତର ସତ୍ତ୍ୱେ ଡ୍ରାଇଭର ଜଣକ ସାହସିକତାର ସହ ଟ୍ରକ୍ ଚଳାଇ ଭୂତମୁଣ୍ଡାଇ ପଳାଇ ଆସିଥିଲେ । ଅବସ୍ଥା ଗୁରୁତର ଥିବାରୁ ଟ୍ରକ୍ ଡ୍ରାଇଭରଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଯାଜପୁରରୁ ଆଇରନ ବୋଝେଇ ଟ୍ରକଟି ଆସୁଥିବା ବେଳେ ହଠାତ୍ ଦୁର୍ବୃତ୍ତ ରାସ୍ତା ମଝିରେ ସ୍କର୍ପିଓ ରଖି ଦେଇଥିଲେ । ଗାଡ଼ିରୁ ଡ୍ରାଇଭର କୈଳାସ ନାଥଙ୍କୁ ଓହ୍ଲାଇବାକୁ ବାଧ୍ୟ କରିଥିଲେ । ସେ ନ ଓହ୍ଲାଇବାରୁ ଭୁଜାଲିରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ତେବେ, କୈଳାସଙ୍କ ଅସୀମ ଧୈର୍ଯ୍ୟ ଓ ସାହାସ ତାଙ୍କ ଜୀବନ ରକ୍ଷା କରିଥିବା ବେଳେ ଲୁଟରୁ ବର୍ତ୍ତି ଯାଇଛନ୍ତି । ଆହତ ସତ୍ତ୍ୱେ ଟ୍ରକ ଚଳାଇ ଭୂତମୁଣ୍ଡାଇ ଆସିବା ପରେ କୈଳାସ ସେଠାରେ ଜୋରରେ ପାଟି କରିଥିଲେ । ସ୍ଥାନୀୟ ଲୋକ ପ୍ରଥମେ କୈଳାସଙ୍କୁ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ କଟକ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାର ତଦନ୍ତ କରୁଛି ପାରାଦୀପ ଲକ୍ ଥାନା ପୋଲିସ ।

Leave A Reply

Your email address will not be published.