Latest Odisha News

BREAKING NEWS

କୃଷକମାନଙ୍କୁ ରାଜନୀତିକୁ ଆସିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ସି ଆରଙ୍କ ଆହ୍ୱାନ

ଭୁବନେଶ୍ୱର : ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଭେଟିଛନ୍ତି ୨୬ଟି ରାଜ୍ୟରୁ ଆସିଥିବା କୃଷକ ସଂଗଠନର ପ୍ରତିନିଧି  । ଗାଁ ରୁ ରାଷ୍ଟ୍ରୀୟସ୍ତର ପର୍ଯ୍ୟନ୍ତ କୃଷକ ମାନଙ୍କୁ ଏକଜୁଟ କରି ଭାରତୀୟ କୃଷକ ବଞ୍ଚାଅ ଆନ୍ଦୋଳନର ନେତୃତ୍ୱ ନେବାକୁ ଅନୁରୋଧ କରିଥିଲେ । ରବିବାର ଦିନ ପ୍ରାୟ ଆଠ ଘଣ୍ଟା ଧରି ପ୍ରଗତି ଭବନରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ସହ କୃଷକ ସଂଗଠନଗୁଡିକ ଆଲୋଚନା କରି ସର୍ବସମ୍ମତ ସଂକଳ୍ପ ପାରିତ ହୋଇଥିଲା  ।କେନ୍ଦ୍ର ସରକାରଙ୍କର କୃଷକ ବିରୋଧି ନିତି ବିରୁଦ୍ଧରେ କୃଷକ ସଂଗଠନ ମାନେ ପୂର୍ବରୁ ସଂକଳ୍ପ ପାରିତ କରିଥିଲେ  ।

କୃଷକ ମାନଙ୍କ ସମସ୍ୟାକୁ ନେଇ ଟିଆରଏସ ସୁପ୍ରିମୋ ଉଦ୍ୱେଗ ପ୍ରକାଶ କରିବା ସହ  କୃଷକ ମାନଙ୍କୁ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିବାକୁ କହିଥିଲେ । କୃଷକମାନେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କଲେ ବିଧାନସଭା ଓ ସଂସଦରେ ସେମାନଙ୍କର ହକ ପାଇଁ ଲଢିପାରିବେ । ସେ କହିଛନ୍ତି ଯେ ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ଲକ୍ଷ୍ୟ ହାସଲ କରିବା ପାଇଁ ତେଲେଙ୍ଗାନା ହେଉଛି ସର୍ବୋତ୍ତମ ଉଦାହରଣ । ତେଲେଙ୍ଗାନା ଆନ୍ଦୋଳନ ସମୟରେ ଲୋକଙ୍କୁ ପ୍ରତ୍ୟେକ ପରିବାରରୁ ଜଣେ ପଠାଇବାକୁ ଏବଂ ସେମାନଙ୍କର ଭୋଟ୍ ଅସ୍ତ୍ର ବ୍ୟବହାର କରିବାକୁ କୁହାଯାଇଥିଲା | ସେହିପରି ଭାବେ କୃଷକ ମାନଙ୍କୁ ଏକଜୁଟ ହୋଇ କୃଷକ ବିରୋଧୀ ସରକାରଙ୍କ ବିରୁଦ୍ଧରେ ଲଢିବାକୁ ଆହ୍ୱାନ ଦେଇଥିଲେ ।

ଯେପରି ତେଲେଙ୍ଗାନାରେ ‘ଜୟ ତେଲେଙ୍ଗାନା’ ସ୍ଲୋଗାନ ବ୍ୟବହାର କରି ବିରୋଧୀଙ୍କୁ ପରାଜୟ କରିଥିଲା , ସେହିପରି ଯେଉଁମାନେ ଆଜି କୃଷକ ବିରୋଧୀ ଅଛନ୍ତି ସେମାନଙ୍କ ବିରୋଧରେ ‘ଜୟ କିଶାନ୍’ ସ୍ଲୋଗାନ ସହ ବିଜୟ ଲାଭ କରିବା  । ଏହିପରି କୃଷକ ବିରୋଧୀ ଶକ୍ତି ବିରୋଧରେ ସମସ୍ତେ ମିଳିତ ହୋଇ ଲଢେଇ କରିବା ଉଚିତ ବୋଲି କେସିଆର କହିଛନ୍ତି।

Leave A Reply

Your email address will not be published.