Latest Odisha News

BREAKING NEWS

ବିୟୋନ୍ସେ ଶର୍ମା ଯାୟେଗୀ ବନାମ୍ ରଷୋଡେ ମୈଁ କୌନ ଥା !

ମୁମ୍ବାଇ: ତାଜା ସ୍ଥିତିରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀ ନିମ୍ନଗାମୀ ହୋଇଛି । ହେଲେ କରୋନା ପାଇଁ ନୁହେଁ ବରଂ ଶସ୍ତା ଗୀତ ପାଇଁ । ୯୦ଦଶକରେ ଶେଷଥର ପାଇଁ କିଛିଟା ଭଲ ଗୀତ ଦର୍ଶକଙ୍କ ସାମ୍ନାକୁ ଆସିଥିଲା । ହେଲେ ବର୍ତ୍ତମାନର ଗୀତଗୁଡିକ ବିଷୟରେ କିଛି ନ କହିଲେ ଭଲ ।

ଫିଲ୍ମ ଖାଲି ପିଲିରେ ନଜର ଆସିିବେ ଷ୍ଟାର୍‌କିଡ୍ ଅନନ୍ୟା ପାଣ୍ଡେ ଓ ଇଶାନ ଖଟ୍ଟର୍ । ରିସେଣ୍ଟଲି ରିଲିଜ ହୋଇଥିବା ଏହି ଫିଲ୍ମର ଏକ ଗୀତ ବିବାଦକୁ ଆସିଛି । ଲିରିକ୍ସ ଲାଇନ୍ ରହିଛି ବିୟୋନ୍ସେ ଶର୍ମା ଯାୟେଗୀ । ତେବେ ଏହି ଗୀତର ଲିରିକ୍ସ ଲାଇନ ଏତେ ଶସ୍ତା ରହିଛି ଯେ ଭାଇରାଲ ହୋଇଥିବା ରଷୋଡେ ମୈଁ କୌନ ଅଧିକ ଭଲ ଶୁଭୁଛି ।

ରିପୋର୍ଟ ଅନୁସାରେ ଫିଲ୍ମ ଖାଲି ପିଲିର ମେକରମାନେ ଲିଗାଲ ଟ୍ରବଲର ସାମ୍ନା କରିପାରନ୍ତି । ବିୟୋନ୍ସେ ଜଣେ ପପ୍ ମ୍ୟୁଜିକ ଆଇକନ୍ ଥିଲାବେଳେ ସୋସିଆଲ ମିଡିଆରେ ଗୀତଟିକୁ ତୀବ୍ର ସମାଲୋଚନା କରାଯାଇଛି । ଶୁଣିବାକୁ ମିଳିଛି ବିୟୋନ୍ସେ ନିଜ ନାଁ କୁ କପିରାଇଟ୍ ପ୍ରୋଟେକ୍ଟେଡ କରିଛନ୍ତି । ଫିଲ୍ମ ଖାଲି ପିଲିର ଗୀତକୁ ବିୟୋନ୍ସେଙ୍କ ବିନା ଅନୁମତିରେ ପ୍ରସ୍ତୁତ କରାଯାଇଛି । ଏପରି ସ୍ଥିତିରେ ଫିଲ୍ମର ନିର୍ମାତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

ଗୀତଟିକୁ ବିଶାଲ-ଶେଖର କମ୍ପୋଜ କରିଥିଲାବେଳେ ନୀତି ମୋହନ ଓ ନକାସ ଅଜିଜ କୁମାର ସ୍ୱରରେ ସଜାଇଛନ୍ତି । ଗୀତର ଲିରିକ୍ସ ଲାଇନ୍ ବିୟୋନ୍ସେଙ୍କ ଟିମ ପାଖରେ ପହଂଚିଥିବା ଜଣାପଡିଛି । ତେବେ ରିଲିଜ ହେବା ପରଠୁ ଗୀତଟିକୁ ୬ ଲକ୍ଷ ଡିସଲାଇକ୍ ମିଳିଥିଲାବେଳେ ଏହାର ଲିରିକ୍ସ ଲାଇନ୍ ବଦଳାଇବାକୁ ଯୋଜନା କରାଯାଇଛି ।

Leave A Reply

Your email address will not be published.