Latest Odisha News

BREAKING NEWS

ଖୋର୍ଦ୍ଧା: କାଳୀ ମନ୍ଦିରରୁ ସୁନା ଅଳଙ୍କାର ସହ ମୂଲ୍ୟବାନ ସାମଗ୍ରୀ ଲୁଟିଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ନିକଟସ୍ଥ କାଳୀ ମନ୍ଦିରରୁ ମଙ୍ଗଳବାର ରାତିରେ କେତେକ ଦୁର୍ବୃତ୍ତ ଦେବୀଙ୍କ ଗହଣା ସହିତ ଅନେକ ମୂଲ୍ୟବାନ ସାମଗ୍ରୀ ଚୋରି କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଅନେକ ମୂଲ୍ୟବାନ ଜିନିଷ ଚୋରି କରିଛନ୍ତି । ୨୦ ଭରି ସୁନା ଗହଣା ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ମନ୍ଦିରରୁ ଚୋରି କରିଛନ୍ତି । ଏଥିସହିତ ଦୁର୍ବୃତ୍ତମାନେ ମନ୍ଦିରରେ ଥିବା ଦାନ ବାକ୍ସକୁ ଭାଙ୍ଗି ସେଥିରୁ ବି ଟଙ୍କା ଲୁଟି ନେଇଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଆଜି ସକାଳୁ ମନ୍ଦିରର ପୂଜକ ପୂଜା ନିମନ୍ତେ ମନ୍ଦିରର ଗେଟ୍ ଖୋଲିଥିଲେ ପରବର୍ତ୍ତୀ ସମୟରେ ମନ୍ଦିରରୁ ଚୋରୀ ହୋଇଥିବା ଜାଣିପାରି ସଙ୍ଗେସଙ୍ଗେ ପୋଲିସକୁ ସୂଚନା ଦେଇଥିଲେ ।

ଖବର ପାଇ ସ୍ଥାନୀୟ ପୋଲିସ ଓ ଏକ ଫରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛି । ଆହୁରି ମଧ୍ୟ ଘଟଣାର ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ଏକ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.