Latest Odisha News

ନିଖୋଜ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର: ଶ୍ରାବଣ ତୃତୀୟ ସୋମବାର ଜଳ ଲାଗି ପାଇଁ ଯିବାବେଳେ ଭାସି ଯାଇଥିବା ସେବାୟତଙ୍କ ମୃତଦେହ ମିଳିଛି । ଗତକାଲି ଜଳାଭିଷେକ ପାଇଁ ଯିବା ବେଳେ ଭାସି ଯାଇଥିଲେ ଶ୍ୟାମ ସୁନ୍ଦର । ଆଜି ତାଙ୍କ ମୃତଦେହ ପରଜଙ୍ଗ ଥାନା କୁଆଳୋ ଗାଁ ସ୍ଥିତ ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲରୁ ମିଳିଛି । ମୃତକ ତାଳଚେର ବାଘୁଆବୋଲ ଗାଁର ୧୬ ବର୍ଷୀୟ ବାଳକ ଶ୍ୟାମସୁନ୍ଦର ବାରିକ ।

ଗତକାଲି ସେ କେନାଲ ଜଳସ୍ରୋତରେ ଭାସି ଯାଇଥିଲେ । ଓଡ୍ରାଫ୍ ଟିମ୍ ଓ ପରଜଙ୍ଗ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମ ପରେ ଆଜି ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଶ୍ୟାମସୁନ୍ଦରଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.