Latest Odisha News

BREAKING NEWS

ପାଇଖାନା ଟାଙ୍କିରେ ସ୍ବାମୀଙ୍କୁ ମାରି ପୋତିଦେଲେ ସ୍ତ୍ରୀ ଓ ଶଳା

ଝାରସୁଗୁଡ଼ା : ଦୁଇବର୍ଷ ପରେ ମାମଲା ଉପରୁ ହଟିଲା ପରଦା  । ପାଇଖାନା ଟାଙ୍କିରେ ସ୍ବାମୀଙ୍କୁ ମାରି ପୋତିଦେଲେ ସ୍ତ୍ରୀ ଓ ଶଳା । ପାଇଖାନା ସେଫଟି ଟାଙ୍କିରୁ ମୃତଦେହ ଜବତ କରିଛି ଝାରସୁଗୁଡା ଜିଲ୍ଲା ବନହରପାଳି ପୋଲିସ । ମୃତକ ହେଲେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ାର ଡମ୍ବରୁଧର ପାତ୍ର ।

ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ଶାନ୍ତିନଗର ଭଡ଼ାରେ ରହି ଡ୍ରାଇଭର କାମ କରଥିଲେ ଡମ୍ବରୁଧର । ଦୁଇବର୍ଷ ଆଗରୁ ହଠାତ ସେ ନିଖୋଜ ହୋଇଯାଇଥିଲେ । ବର୍ଷ ପରେ ଘର ପଖ ପାଇଖାନା ଟାଙ୍କିରୁ ମିଳିଲା ଡମ୍ବରୁଙ୍କ ମୃତ ଦେହ ।

ତାଙ୍କ ସ୍ତ୍ରୀ ଦମୟନ୍ତି ନାୟକ ଓ ଶଳା ଲମ୍ବୋଦର ନାୟକ ମାରି ପୋତି ଦେଇଥିବା ଜଣାପଡ଼ିଛି । ତେବେ କେଉଁ କାରଣ ପାଇଁ ହତ୍ୟା କଲେ ତାହା ଏବେବି ଅସ୍ପଷ୍ଟ ଥିବା ବେଳେ, ପୋଲିସ ଅଭିଯୁକ୍ତ ଭାଇ ଭଉଣୀ ଉଭୟଙ୍କୁ ଅଟକ୍‌ ରଖି ପଚରା ଉଚୁରା କରୁଛି ।

 

Comments are closed.