Latest Odisha News

BREAKING NEWS

ଘୁଷୁରୀ ମୃତ୍ୟୁ ପାଇଁ ଚକ୍ରବ୍ୟୁହ ରଚୁଥିଲେ ନିଜେ ଫସିଲେ

ନୂଆଦିଲ୍ଲୀ:ଏକ ଘୁଷୁରିକୁ ମାରିବାକୁ ଯାଇ  ହଙ୍ଗକଙ୍ଗରେ ଜଣେ ୬୧ ବର୍ଷିୟ କଂସେଇଙ୍କର ମୃତ୍ୟୁ ଘଟିଛି । ଏହି ଖବରଟି ପୁଲିସ ସୂତ୍ରରୁ ସୂଚନା ପାଇଁ ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି। ଚୀନ୍‌ର ମେନ୍‌ଲାଣ୍ଡ୍‌ ନିକଟବର୍ତ୍ତୀ ସୀମାନ୍ତ ଅଞ୍ଚଳ ଅନ୍ତର୍ଗତ ହଙ୍ଗକଙ୍ଗ ସହରର ଉତ୍ତରପାର୍ଶ୍ବ ଉପକଣ୍ଠରେ ଅବସ୍ଥିତ ସେଉଙ୍ଗ୍‌ ସୁଇ କଂସେଇଖାନାରେ ସେ କଂସେଇଜଣକ କାମ କରନ୍ତି।

ତେବେ ପୁଲିସର କହିବା ଅନୁଯାୟୀ, ଯନ୍ତ୍ରଣାରେ ଛାଟିପିଟି ହେଉଥିବା ଘୁଷୁରିଟି କଂସେଇକୁ ତଳେ ପକାଇ ଦେବାରୁ ୧୫ ଇଞ୍ଚିଆ ମାଂସ କଟା ଛୁରିରେ କଂସେଇ ଜଣକ କ୍ଷତ ବିକ୍ଷତ ହୋଇଥିଲେ। ଏହି ଘଟଣାକ ସ୍ପଷ୍ଟ କରିବାକୁ ଯାଇ ପୁଲିସ କହିଛି ଯେ, କଂସେଇଜଣକ ପ୍ରଥମେ ଇଲେକ୍ଟ୍ରିକ୍‌ ବନ୍ଧୁକ ମାରି ସେ ଘୁଷୁରିକୁ ଅଚେତ କରିପକାଇଥିଲେ । ତା’ପରେ କାଟିବାକୁ ଗଲାବେଳେ ଘୁଷୁରିର ଚେତା ଫେରିଥିଲା।

ସେ ଉଠିପଡ଼ି କଂସେଇକୁ ଠେଲି ତଳେ ପକାଇ ଦେଇଥିଲା। ଯାହାଫଳରେ କଂସେଇଖାନାରେ କାମ କରୁଥିବା ଆଉ ଜଣେ ବ୍ୟକ୍ତି କ୍ଷତାକ୍ତ କଂସେଇକୁ ହାତରେ ମାଂସକଟା ଛୁରି ଧରି ଅଚେତ ହୋଇ ପଡ଼ିଥିବା ଦେଖିଥିଲେ। ପରେ ଚିକିତ୍ସା ପାଇଁ  ତାଙ୍କୁ ଡାକ୍ତରଖାନା ନିଆଯାଥିଲା।  ସେଠାରେ ଡାକ୍ତରମାନେ ସେ ମୃତ ବୋଲି ଘୋଷଣା କରିଥିଲେ। ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାବତ୍‌ ଜଣାପଡ଼ି ନ ଥିବା କଥା ପୁଲିସ କହିଛି।

 

Leave A Reply

Your email address will not be published.