Latest Odisha News

BREAKING NEWS

ଇଚ୍ଛାଧାରୀ ନାଗିନ୍‌ ବନିବେ ଶ୍ରଦ୍ଧା

ନୂଆଦିଲ୍ଲୀ: ଶ୍ରଦ୍ଧା କପୁରଙ୍କୁ ଖୁବ୍ ଶୀଘ୍ର ତାଙ୍କ ଆଗାମୀ ଫିଲ୍ମ ‘ନାଗିନ୍’‌ରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ଫୁରିଆ। ଚଳଚ୍ଚିତ୍ର ସମାଲୋଚକ ତାରନ୍ ଆଦର୍ଶ ଏହାକୁ ନେଇ କହିଛନ୍ତି ଯେ ବଡ଼ ପରଦାରେ ଶ୍ରଦ୍ଧାଙ୍କୁ ଇଚ୍ଛାଧାରୀ ନାଗିନ୍‌ ଚରିତ୍ରରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରଟି ତିନୋଟି ପୃଥକ୍‌ ସିରିଜ୍‌ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ବିଶାଲ ଫୁରିଆ ଦେଇଥିବା ବେଳେ ଏହାର ନିର୍ମାତା ହେଉଛନ୍ତି ନିଖିଲ ଦ୍ୱିବେଦୀ।

ଶ୍ରଦ୍ଧା ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ସର୍ବଦା ଶ୍ରୀଦେବୀଙ୍କର ଜଣେ ବଡ଼ ପ୍ରଶଂସକ ରହିଆସିଛନ୍ତି, ମୁଁ ବହୁତ ଖୁସି ଯେ ମୁଁ ଏପରି ଚରିତ୍ରରେ ଅଭିନୟ କରିବାକୁ ଯାଉଛି। ମୁଁ ଏହିପରି ଚଳଚ୍ଚିତ୍ର ଦେଖି ବଡ ହୋଇଛି, ମୋତେ ଶ୍ରୀଦେବୀଙ୍କ ଅଭିନୀତ ନଗିନା ଚରିତ୍ରଟି ବହୁତ ପସନ୍ଦ। ମୁଁ ସବୁବେଳେ ଏଭଳି ଏକ ଚରିତ୍ରରେ ଅଭିନୟ କରିବାକୁ ଚାହୁଁଥିଲି। ଏହି ଫିଲରେ ମୋତେ ଅଭିନୟର ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି।

Leave A Reply

Your email address will not be published.