Latest Odisha News

BREAKING NEWS

‘ଫେଡକୋର ସହଯୋଗୀ ମହିଳା ଏସଏଚଜି’ ମିଶନ ଶକ୍ତି ପକ୍ଷରୁ ସମ୍ମାନିତ

ଭୁବନେଶ୍ୱର: ଫିଡବ୍ୟାକ ଏନର୍ଜି ଡିଷ୍ଟ୍ରିବ୍ୟୁସନ କଂପାନି (ଫେଡକୋ)ର ସହଯୋଗୀ ଭାବେ କାର୍ଯ୍ୟ କରୁଥିବା ନୟାଗଡ଼ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଦ୍ୟୁତ ବିତରଣ କ୍ଷେତ୍ରରେ ସଫଳ ରାଜସ୍ୱ ପରିଚାଳନା କାର୍ଯ୍ୟ ପାଇଁ ଓଡ଼ିଶା ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି ।

ମିଶନ ଶକ୍ତି ପକ୍ଷରୁ ଗତ ସପ୍ତାହରେ ଭୁବନେଶ୍ୱରରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, ଓଡ଼ିଶା ସରକାର ଫେଡକୋ ଅଧୀନରେ ନୟାଗଡ଼ରେ ନିୟୋଜିତ ହୋଇଥିବା ଏକ ଅଗ୍ରଣୀ ଏସଏଚଜି-ମା’ ତାରିଣୀ ଏସଏଚଜିର ଜଣେ ସଦସ୍ୟା ସଂଯୁକ୍ତା ଦାସଗୁପ୍ତାଙ୍କୁ ପୁରସ୍କୃତ କରିଛନ୍ତି ।

ଏହି ଅବସରରେ ପ୍ରମୁଖ ସଚିବ ଅନୁ ଗର୍ଗ ଓ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓ ମିଶନ ଶକ୍ତି ବିଭାଗର କମିସନର ତଥା ସଚିବ ସୁଜାତା କାର୍ତିକେୟନ ଉପସ୍ଥିତ ଥିଲେ ।

ଫେଡକୋ ଏହାର ପ୍ରୋତ୍ସାହନ ଭିତ୍ତିକ ସେଫାଳି କାର୍ଯ୍ୟକ୍ରମ (ସୋସାଇଟିଜ ଏମପାୱାରମେଂଟ ଫର ଆସ୍ୟୁରିଂ ଲାଇଭଲିହୁଡ) ଅଧୀନରେ ମିଟରିଂ, ବିଲିଂ ଏବଂ ଏହାର ଗ୍ରାହକଙ୍କ ଠାରୁ ବିଦ୍ୟୁତ ଶୁଳ୍କ ଆଦାୟ କରିବା ପାଇଁ ମହିଳା ଏସଏଚଜିଙ୍କୁ ନିୟୋଜିତ କରିଛି ।

ସଂଯୁକ୍ତା ଦାସଗୁପ୍ତା କହିଛନ୍ତି ଯେ, “ନୟାଗଡ଼ ଜିଲ୍ଲାରେ ଫେଡକୋର ସହାୟତା ଓ ମାର୍ଗଦର୍ଶନରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଥିବା ସମସ୍ତ ମହିଳା ଏସଏଚଜିଙ୍କ ତରଫରୁ ଏହି ପୁରସ୍କାର ଗ୍ରହଣ କରିବା ମୋ ପାଇଁ ଓ ମୋ ଗ୍ରୁପ ପାଇଁ ଗୌରବର ବିଷୟ । ଏହି ଅବସରରେ ମୁଁ ସେଂଟ୍ରାଲ ୟୁଟିଲିଟି ଅଫ ଓଡ଼ିଶାକୁ ଧନ୍ୟବାଦ ଦେଉଛି, ଯିଏ ଆମକୁ ଏହି କାର୍ଯ୍ୟରେ ପ୍ରଥମେ ନିୟୋଜିତ କରିଥିଲା ଏବଂ ପରେ ସଫଳତା ପଥରେ ଆଗକୁ ବଢ଼ିବା ଲାଗି ଫେଡକୋ ସହାୟତା ଦେଇଥିଲା ଫଳରେ ଏସଏଚଜିଙ୍କ ଗ୍ରାମୀଣ ମହିଳା ସଦସ୍ୟଙ୍କ ପାଇଁ ଗୌରବ ଆଣିପାରିଛି” ।

ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ମଡେଲରୁ ଫେଡକୋର ସେଫାଳି ଅଭିଯାନ ଆରମ୍ଭ ହୋଇଛି । ଏହା ଏକ ସଫଳ ମଡେଲ ଯେଉଁଠାରେ ସରକାରୀ ନୀତି ଓ ଘରୋଇ କ୍ଷେତ୍ରର କାର୍ଯ୍ୟକାରିତା ସାମାଜିକ ପରିବର୍ତନ ଏବଂ ପରିଚାଳନା ଦକ୍ଷତାରେ ଶ୍ରେଷ୍ଠ ଫଳ ଆଣିପାରିଛି ।

୨୦୧୩ରେ କଂପାନିର ନୟାଗଡ଼ ବିଦ୍ୟୁତ ମଣ୍ଡଳରୁ ସେଫାଳିର ଶୁଭାରମ୍ଭ ହୋଇଥିଲା ଯେଉଁଠାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସ୍ଥାନୀୟ ମହିଳାଙ୍କ ସଂପୃକ୍ତି ଜରିଆରେ ବିଦ୍ୟୁତ ବିତରଣରେ ଉଲ୍ଲେଖନୀୟ ଉନ୍ନତି ଆଣିପାରିଛି ।

“ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଏହି ସ୍ୱୀକୃତି ହେଉଛି କାର୍ଯ୍ୟ ଓ ଏହି ସହଯୋଗିତା ପ୍ରତି ମହିଳା ଏସଏଚଜି ଟିମଙ୍କ ଉତ୍ସର୍ଗର ଫଳ । ସେଫାଳି ଭଳି ଏକ ଅଭିଯାନ ଜରିଆରେ ସ୍ଥାନୀୟ ଗୋଷ୍ଠୀଙ୍କୁ ସାମିଲ କରିବା ଦ୍ୱାରା କେବଳ ଅଂଶଗ୍ରହଣ କରୁଥିବା ମହିଳାଙ୍କ ଆୟ ସ୍ତରରେ ଉନ୍ନତି ହୋଇନାହିଁ ବରଂ ତାହା ଡିସକମର ଏଟିଆଣ୍ଡସି କ୍ଷତି ହ୍ରାସ କରିବାରେ ସହାୟକ ହୋଇଛି ବୋଲି” ସେଫାଳିର ମୁଖ୍ୟ ଶୁଭସ୍ମିତା ମିଶ୍ର କହିଛନ୍ତି ।

ଦୈନନ୍ଦିନ ଭିତିରେ ଏସଏଚଜି ଦଳଙ୍କୁ ସହାୟତା ପ୍ରଦାନ କରିବା ଲାଗି କଂପାନି ପକ୍ଷରୁ ସାମାଜିକ ବିଶେଷଜ୍ଞଙ୍କୁ ନେଇ ଏକ
ଏଚଏସଜି ପରିଚାଳନା ଟିମ ଗଠନ କରାଯାଇଛି । ଏସଏଚଜିଙ୍କ ସହିତ ଆଲୋଚନା ଏବଂ ସମୀକ୍ଷା ବଇଠକ ଜରିଆରେ ଏହି ଟିମ ଏସଏଚଜିଙ୍କୁ ସେମାନଙ୍କ ଉତ୍ପାଦକତାରେ ଉନ୍ନତି ଆଣିବା ଲାଗି ନିରୀକ୍ଷଣ, ମାର୍ଗଦର୍ଶନ, ଉତ୍ସାହିତ ଏବଂ ସହାୟତା ପ୍ରଦାନ କରୁଛି ।

ଏସଏଚଜିଗୁଡ଼ିକ ହେଉଛି ଗୋଷ୍ଠୀ ଭିତିକ ଦଳ ଯେଉଁମାନେ ସମାଜର ବିଭିନ୍ନ ବର୍ଗରୁ ସଦସ୍ୟ ଗ୍ରହଣ କରି ସ୍ଥାନୀୟ ସମସ୍ୟା ଉପରେ ନିୟୋଜିତ ହୋଇଥାନ୍ତି । ଏହା ଜଣାପଡ଼ିଛି ଯେ ବିଦ୍ୟୁତ ରାଜସ୍ୱ ସଂଗ୍ରହ, ଅଭିଯୋଗ ସମାଧାନ ଓ ଶକ୍ତି ସଂରକ୍ଷଣକୁ ନେଇ ଜନ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ମହିଳା ଏସଏଚଜିଙ୍କୁ ସାମିଲ କରାଯିବା ଦ୍ୱାରା ବିଦ୍ୟୁତ ଗ୍ରାହକଙ୍କ ସାମଗ୍ରିକ ଅନୁଭୂତିରେ ଉନ୍ନତି ପରିଲକ୍ଷିତ ହୋଇଛି ।

ଫିଡ୍ବ୍ୟାକ୍ ଇନ୍ଫ୍ରାର ୧୦୦% ସହଯୋଗୀ ସଂସ୍ଥା ଭାବେ ଫେଡକୋ, ଓଡ଼ିଶା ଏବଂ ମେଘାଳୟର ବିଭିନ୍ନ ଅଂଚଳରେ ଗାହକମାନଙ୍କୁ ବିଦ୍ୟୁତ ଯୋଗାଣ କରୁଛି । ଏହା ହେଉଛି ଦେଶର ଅନ୍ୟତମ ସଫଳ ଉଦାହରଣ ଯେଉଁଠାରେ ଘରୋଇ ସଂସ୍ଥାର ସଯୋଗରେ ବିଦ୍ୟୁତ ବିତରଣ ପରିଚାଳନାକୁ ଉନ୍ନତ କରିବା ନିଶ୍ଚିତ କରାଯାଇପାରିଛି ।

୨୦୧୩ ଫେବ୍ରୁଆରିରେ ସେଂଟ୍ରାଲ ଇଲେକ୍ଟ୍ରିସିଟି ୟୁଟିଲିଟି ଅଫ ଓଡ଼ିଶା (ସେସୁ) ଜରିଆରେ ଚାରିଟି ବିଦ୍ୟୁତ ଡିଭିଜନ-ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ବାଲୁଗାଁ ପାଇଁ ଫେଡ୍କୋ ଓଡ଼ିଶା ସରକାରଙ୍କ ସହିତ ଡିଷ୍ଟ୍ରିବ୍ୟୁସନ ଫ୍ରାଂଚାଇଜି ବୁଝାମଣା (ଡିଏଫଏ) ସ୍ୱାକ୍ଷର କରିଥିଲା ।

ଏହି ଚାରି ବିଦ୍ୟୁତ ଡିଭିଜନରେ ଫେଡକୋ ପାଖାପାଖି ଅଧ ନିୟୁତ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ବିଗତ ଛଅ ବର୍ଷ ଭିତରେ ଫେଡକୋ ୨୧୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି ।

Leave A Reply

Your email address will not be published.