Latest Odisha News

BREAKING NEWS

ରାଜ୍ୟସଭାରେ ରାଜନାଥଙ୍କ ବଡ଼ ବୟାନ, ଚୀନକୁ ଇଞ୍ଚେ ବି ଜମି ଦେବନି ଭାରତ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦକୁ ନେଇ ଆଜି ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିବୃତି ରଖିଛନ୍ତି । ରାଜ୍ୟସଭାରେ ରାଜନଥା ଦୃଢ଼ୋକ୍ତିର ସହ କହିଛନ୍ତି- ‘ଭାରତର ଜମି ଉପରେ ଚୀନ କବଜା କରିଛି । ଭାରତ ଗୋଟିଏ ଇଞ୍ଚ୍ ବି ଜମି ଛାଡ଼ିବ ନାହିଁ । ବାସ୍ତିବିକ ସୀମା ରେଖା (LAC)କୁ ମାନିବାକୁ ଚୀନକୁ କୁହାଯାଇଛି । ଏଲଏସି ସ୍ଥିତି ନବଦଳାଇ ଉଭୟ ପକ୍ଷ ସହମତି ରକ୍ଷା କରିବାକୁ କୁହାଯାଇଛି ।’

୨୦୨୦ରୁ ଭାରତ ଓ ଚୀନ ସେନା ଏବଂ ରାଜନୀତକ ସ୍ତରରେ ଆଲୋଚନା ଜାରି ରହିଥିବା ରାଜନାଥ କହିଛନ୍ତି । ପ୍ୟାଙ୍ଗୋଗ୍ ଲେକରୁ ଦକ୍ଷିଣ ଓ ଉତ୍ତରକୁ ନେଇ ବୁଝାମଣା ହେବ । ଉଭୟ ପକ୍ଷ ନିଜ ନିଜ ସେନା ପଛକୁ ହଟାଇବେ । ଚୀନ୍ ଫିଙ୍ଗର ୮ରେ ରହିବ ଏବଂ ଭାରତ ଫିଙ୍ଗର ୩ରେ । ସୀମାରେ ୨୦୨୦ ଏପ୍ରିଲ୍ ପୂର୍ବ ସ୍ଥିତି ଫେରିବ । ଏବେ ପାଟ୍ରୋଲିଂ ହେବନାହିଁ । ଚୁକ୍ତି ପରେ ପାଟ୍ରୋଲିଂ ପୁଣି ଆରମ୍ଭ ହେବ । ଆଉ କିଛି ପ୍ରସଙ୍ଗ ଆଲୋଚନା ପାଇଁ ଏବେବି ବାକିଥିବା ସେ ସୂଚନା ଦେଇଛନ୍ତି । ଯାହାଉପରେ ଆଗକୁ ଆଲୋଚନା ଜାରି ରହିବ ।

ଗତବର୍ଷ ଚୀନ ଏଲଏସି ନିକଟରେ ପ୍ରବେଶ ପାଇଁ ଉଦ୍ୟମ କରିବା ବେଳେ ଜବାବ ଦିଆଯାଇଥିଲା । ଗୋଳାବାରୁଦ ମଧ୍ୟ ମହଜୁଦ୍ ରଖାଯାଇଥିଲା । ଚୀନ ୧୯୬୨ରୁ ଲଦାଖ ଅଞ୍ଚଳରେ ଅନିଧିକୃତ ଭାବେ କବଜା କରିଛି । ପାକିସ୍ତାନ ମଧ୍ୟ ଚୀନକୁ ଆମ ଜମି ଦେଇଛି । ଅନିଧିକୃତ ଭାବେ ଚୀନ ୪୩ ହଜାର ବର୍ଗ କିଲୋମିଟର କବଜା କରିଥିବା ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ଏଥିଯୋଗୁଁ ଭାରତ-ଚୀନ ସମ୍ପର୍କ ଉପରେ ପ୍ରଭାବ ପଡ଼ିଛି ।

Leave A Reply

Your email address will not be published.