ଭୁବନେଶ୍ବର : ନିଲାମ ବେଳେ ଖୁବ୍ ମହଙ୍ଗାରେ ବିକ୍ରି ହେଲେ । କିନ୍ତୁ ପ୍ରଦର୍ଶନ ବେଳକୁ ହୋଇଗଲେ ଶସ୍ତା । ଭାରତରେ ଚାଲିଥିବା କ୍ରିକେଟ୍ ଫେଷ୍ଟିଭାଲ ଆଇପିଏଲରେ ସାମିଲ ହୋଇଛନ୍ତି ଦେଶ ଦୁନିଆର ବହୁ ନାମୀ ଖେଳାଳି । ନିଲାମ ବେଳେ ଖେଳାଳିଙ୍କୁ ମନଇଚ୍ଛା ଦରରେ କିଣିଲେ ଫ୍ରାଂଚାଇଜ୍ । କିନ୍ତୁ ଅସଲ ଲଢ଼େଇ ବେଳକୁ ଫିକା ପଡ଼ିଯାଉଛି ପ୍ରଦର୍ଶନ ।
ଆଇପିଏଲ୍ ଇତିହାସର ସବୁଠୁ ମହଙ୍ଗା ହୋଇଛନ୍ତି ମିଚେଲ୍ ଷ୍ଟାର୍କ । ଏହି ଅଷ୍ଟ୍ରେଲୀୟ ପେସର୍ଙ୍କୁ ୨୪ କୋଟି ୭୫ ଲକ୍ଷ ଟଙ୍କାରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ । ଜଣେ ଫାଷ୍ଟ ବୋଲର ଏତେ ଟଙ୍କାରେ ନିଲାମ ହେବା, ହୁଏତ କ୍ରିକେଟ୍ ଇତିହାସରେ କେବେ ଦେଖିବାକୁ ମିଳିନି। କିନ୍ତୁ ଏପର୍ଯ୍ୟନ୍ତ କେକେଆର ପକ୍ଷରୁ ୭ଟି ମ୍ୟାଚ୍ ଖେଳିଥିଲେ ବି ସେଭଳି ଆଖିଦୃଶିଆ ପ୍ରଦର୍ଶନ ଦେଖିବାକୁ ମିଳିଲା ନାହିଁ । ୱିକେଟ୍ ତ ସେତେଟା ନେଲେ ନାହିଁ ବରଂ ଏହି କଙ୍ଗାରୁ ବୋଲରଙ୍କୁ ଖୁବ୍ ଧୁଲେଇ କରିଛନ୍ତି ବ୍ୟାଟର । ଏପର୍ଯ୍ୟନ୍ତ ୨୫ ଓଭର ବୋଲିଂ କରିଥିବା ଷ୍ଟାର୍କ ଖାଇଛନ୍ତି ୨୮୭ ରନ୍ । ଆଉ ନେଇଛନ୍ତି ମାତ୍ର ୭ ୱିକେଟ୍ ।
ଷ୍ଟାର୍କଙ୍କ ପ୍ରତି ବଲ୍ର ହିସାବ ଲଗାଇଲେ, ଶାହରୁଖ୍ ଖାନଙ୍କ ଫ୍ରାଂଚାଇଜ ତାଙ୍କୁ ବଲ୍ ପିଛା ୭ଲକ୍ଷ ୪୦ହଜାର ଟଙ୍କା ଦେବ । ଅର୍ଥାତ୍ ଷ୍ଟାର୍କ ଖେଳନ୍ତୁ ବା ନଖେଳନ୍ତୁ, ଆଇପିଏଲ୍ ଶେଷ ହେଲା ବେଳକୁ ତାଙ୍କ ଆକାଉଂଟକୁ ୨୪ କୋଟି ୭୫ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଯାଇଥିବ । ବଡ଼ କଥା ହେଉଛି, ଟି-୨୦ ଫର୍ମାଟ୍ରେ ଯେଉଁ ବୋଲରଙ୍କ ପ୍ରଦର୍ଶନ ସେତେଟା ଆଖିଦୃଶିଆ ରହିନାହିଁ, ସେଭଳି ଖେଳାଳିଙ୍କୁ କେମିତି କୋଲକାତା ନାଇଟ୍ ରାଇଡର୍ସ ଏତେ ଟଙ୍କା ଦେଇ କିଣିଲା । କେବଳ ଷ୍ଟାର୍କ ନୁହଁନ୍ତି, ଆଇପିଏଲ୍ରେ ଅନେକ ଖେଳାଳି ନିଲାମ ହୋଇଛନ୍ତି, ଯେଉଁମାନଙ୍କୁ ମୋଟା ଅଙ୍କରେ ଫ୍ରାଂଚାଇଜମାନେ କିଣିଛନ୍ତି ସତ, କିନ୍ତୁ ପ୍ରଦର୍ଶନରେ ସେମାନେ ପୂରା ଜିରୋ।
BREAKING NEWS
- Chandigarh blast:ବିଜେପି କାର୍ଯ୍ୟାଳୟ ବାହାରେ ଗ୍ରେନେଡ୍ ଆକ୍ରମଣ; କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ ଆରମ୍ଭ
- ECoR:ପୁଣି ଦେଶର ଏକ ନମ୍ବର ରେଳ ଜୋନ୍ ହେଲା ପୂର୍ବ ତଟ ରେଳପଥ; ସର୍ବାଧିକ ୨୮୬.୩ ନିୟୁତ ଟନ୍ ପଣ୍ୟ ପରିବହନ
- Odia Pakhya:ଏପ୍ରିଲ ୪ରେ ଆୟୋଜିତ ହେବ ଖଡ଼ିଛୁଆଁ ସହ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ
- ଷ୍ଟାଡିୟମ ସଫା କରି ଚର୍ଚ୍ଚାରେ ଏହି ମହାନ ଖେଳାଳି
- DGP Award: ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ମିଳିଲା ପଦକ
- Make in India: ଟେକ୍ ଟ୍ରାନ୍ସଫର ଚୁକ୍ତି ଅନୁଯାୟୀ ଇସ୍ରାଏଲ ଭାରତକୁ ଦେଲା ପ୍ରଥମ ହାଲୁକା ମେସିନ୍ ଗନ୍ ; ଜାଣନ୍ତୁ ଏହାର ବିଶେଷତ୍ୱ
- VFS Global at BSABT: ବରମୁଣ୍ଡାରେ ଖୋଲିଲା ଭିସା କେନ୍ଦ୍ର;ଆଉ ଯିବାକୁ ପଡିବନି ଅନ୍ୟ ରାଜ୍ୟକୁ…
- Odisha Day:ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ;ପୁରୀରେ ହେବ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା …
- CCS meeting: ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଡାକିଲେ CCS ବୈଠକ; ଆଜି ସନ୍ଧ୍ୟା…
- ଫିଫା ବିଶ୍ୱକପ: କ୍ରମାଗତ ତୃତୀୟ ଥର ପାଇଁ ଯୋଗ୍ୟତା ହାସଲ କରିପାରିଲା ନାହିଁ ଇଟାଲୀ, ଚୂଡାନ୍ତ ହେଲା ୪୮ ଟିମ
Comments are closed.